୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲା: କଂଗ୍ରେସ ନେତା ସଜ୍ଜନ କୁମାର ଦୋଷମୁକ୍ତ

Spread the love

ନୂଆଦିଲ୍ଲୀ: ୧୮୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଗୁରୁବାର ଅଦାଲତରୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଦିଗ୍ ବିନୟ ସିଂହ ଦିଲ୍ଳୀର ଜନକପୁରୀ ଓ ବିକାଶପୁରୀ ଦଙ୍ଗା ମାମଲାର ବିିଚାର କରି ତାଙ୍କ ସଂକ୍ଷିପ୍ତ ରାୟରେ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି। ଏ ନେଇ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି। ତତ୍‌କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡ ପରେ ୧୯୮୪ ମସିହାରେ ଦିଲ୍ଲୀରେ ଶିଖ୍ ବିରୋଧୀ ଦଙ୍ଗା ସୃଷ୍ଟି ହୋଇଥିଲା। ସେହିବର୍ଷ ନଭେମ୍ବର ୧ ତାରିଖରେ ଜନକପୁରୀ ଓ ବିକାଶପୁରୀରେ ଦଙ୍ଗା ବେଳେ ୨ଜଣ ଏବଂ ଏହା ପରଦିନ ଆଉ ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ସାଜ୍ଜନ କୁମାରଙ୍କୁ ସଂପୃକ୍ତି ନେଇ ଅଭିଯୋଗ ଉଠିଥିଲା। ୨୦୧୫ ଫେବ୍ରୁଆରୀ ମାସରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ସଜ୍ଜନ କୁମାରଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ନେଇ ଦୁଇଟି ଏଫଆଇଆର ଦରଜ କରିଥିଲେ। ମାମଲାଟି ୨୦୨୩ ଅଗଷ୍ଟ ମାସ ଯାଏ ଚାଲୁରହିଥିଲା। ଗତ ବର୍ଷ ଡିସେମ୍ବର ମାସରେ ସ୍ୱତନ୍ତ୍ର ବିଚାରପତି ଦିଗ୍ ବିନୟ ସିଂହ ମାମଲାର ଶୁଣାଣି ଶେଷ କରି ଜାନୁଆରୀ ୨୨ ତାରିଖକୁ ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ବିଚାରପତି ତାଙ୍କ ରାୟରେ କହିଛନ୍ତି ମାମଲାର ଅଭିଯୁକ୍ତ ସେଦିନ ଘଣଟାସ୍ଥଳରେ ଉପସ୍ଥିତ ଥିବା କିମ୍ବା ହିଂସାକୁ ଉସୁକାଇବା ଓ ଅପରାଧିକ ଷଡ଼ଯନ୍ତ୍ର ନେଇ କୌଣସି ନିର୍ଭରଯୋଗ୍ୟ ପ୍ରମାଣ ମିଳିନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!