ମହିଳା ଚଳାଇବେ ଆମ ବସ୍‌, ପ୍ରଶିକ୍ଷଣ ପାଇଁ ୨୦ଜଣ ମହିଳା ଯିବେ ପୁନେ

Spread the love

ଭୁବନେଶ୍ୱର(ବ୍ୟୁରୋ): ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍‌’ ଚଳାଇବେ। ବିଶେଷ କରି ମହିଳା ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ଆମ ବସ୍‌’ ସେବା ସମୀକ୍ଷା ବୈଠକରେ ଏହି ଯୋଜନା ଉପରେ ମୋହର ବାଜିଛି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳାଙ୍କୁ ମନୋନୀତ କରାଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖରେ ଏହି ମହିଳା ଚାଳକମାନେ ଉନ୍ନତମାନର ତାଲିମ ପାଇଁ ପୁନେ ଗସ୍ତ କରିବେ। ସେଠାରେ ସେମାନଙ୍କୁ ବିଶେଷ କରି ଇ-ବସ୍ ଚାଳନା ଏବଂ ଯାନ୍ତ୍ରିକ କୌଶଳ ବାବଦରେ ପ୍ରଶିକ୍ଷଣ ଦିଆଯିବ।

Leave a Reply

Your email address will not be published. Required fields are marked *

error: Content is protected !!