ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜେଡି ଭାନ୍ସ ଓ ପତ୍ନୀ ଉଷା ସେମାନଙ୍କର ୪ର୍ଥ ଭାବୀ ସନ୍ତାନ ଅପେକ୍ଷାରେ ରହିଛନ୍ତି। ପୂର୍ବରୁ ୪୧ ବର୍ଷୀୟ ଭାନ୍ସ ଓ ୪୦ ବର୍ଷୀୟ ଉଷାଙ୍କର ଇୱାନ, ବିବେକ ଓ ମିରାବେଲ୍ ନାମରେ ତିନୋଟି ସନ୍ତାନ ରହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଦମ୍ପତି ଘୋଷଣା କରିଛନ୍ତି ଯେ ଆସନ୍ତା ଜୁଲାଇ ମାସ ଶେଷ ଆଡ଼କୁ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମନେବ। ବ୍ୟସ୍ତ ସମୟରେ ସେମାନଙ୍କ ପରିବାରର ଠିକ୍ ଭାବେ ଯତ୍ନ ନେଇଥିବାରୁ ବିଶେଷ କରି ଏଥିପାଇଁ ସେମାନେ ମିଲିଟାରୀ ଡାକ୍ତରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ରିପବ୍ଲିକାନ୍ ନେତା ଭାନ୍ସ ସବୁବେଳେ ବଡ଼ ପରିବାରକୁ ଉତ୍ସାହିତ କରିଆସୁଛନ୍ତି। ୨୦୨୧ ମସିହାରେ ଓହିଓରୁ ସିନେଟ୍ ପଦ ପାଇଁ ନିର୍ବାଚନ ପ୍ରଚାର ବେଳେ ଭାନ୍ସ ପ୍ରଥମେ ଜନ୍ମହାର ହ୍ରାସକୁ ମୁଖ୍ୟ ପ୍ରସଙ୍ଗ ଭାବେ ଉତ୍ଥାପନ କରିଥିଲେ। ସେ କହଥିଲେ ଜନ୍ମହାର ହ୍ରାସ ଆମେରିକୀୟ ସମାଜ ଓ ଅର୍ଥନୀତି ଶକ୍ତି ଉପରେ ଦୀର୍ଘକାଳୀନ ନକାରାତ୍ମକ ପ୍ରଭାବ ପକାଇବ। ଏପରିକି ଉପସଭାପତି ଭାବେ ଦାୟିତ୍ୱ ନେବା ପରେ ଭାନ୍ସ ଏହି ପ୍ରସଙ୍ଗରେ ତାଙ୍କ ଆଭିମୁଖ୍ୟ ବଜାୟ ରଖିଛନ୍ତି।
୪ର୍ଥ ସନ୍ତାନର ଅପେକ୍ଷାରେ ଆମେରିକୀୟ ଉପରାଷ୍ଟ୍ରପତି













Leave a Reply