ପୁରୀ (ବ୍ୟୁରୋ) : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ । ଜୁଲି ରାନୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଙ୍କୁ ଧମକପୂର୍ଣ୍ଣ ମେସେଜ୍ ରହିଥିବା ଦେଖିବାକୁ ମିଳିଛି । ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍ଶୀଘ୍ର ବୋମା ପଡିବ । ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟାଇବୁ ଏବଂ ଖୁବଶୀଘ୍ର ପୁରୀ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଆଇଡିରେ ଲେଖାହୋଇଛି । ଜୁଲୀରାଣୀ ପଣ୍ଡାଙ୍କ ଆକାଉଣ୍ଟରୁ ଏହି ପୋଷ୍ଟ କରାଯାଇଛି। ସେ ଜୁଲିରାଣୀ ପୋଷ୍ଟ କରିଛନ୍ତି ନା ଏହା ଏକ ଫେକ୍ ଆକାଉଣ୍ଟତାହା ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି । ଏହି ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷାକୁ ଅଡ଼ିକ କଡ଼ାକଡ଼ି କରାଯାଇଛି। ସେହିପରି ସାଂସଦ ଖୁଣ୍ଟିଆଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ ଏହି ଧମକପୂର୍ଣ୍ଣ ମେସେଜ୍ କୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି । ପୋଲିସ ଏହାର ତଦନ୍ତ ଜାରି ରହିଛି । ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ଏସପି ପ୍ରତୀକ ସିଂହ କହିଛନ୍ତି।
