ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ସ ଟ୍ରମ୍ପ୍ ମଙ୍ଗଳବାର କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ଦ୍ୱାରା ପ୍ରସ୍ତୁତ ଏକ ବିବାଦୀୟ ଚିତ୍ର ଜାରି କରିଛନ୍ତି। ଯେଉଁଥିରେ ସେ ଗ୍ରିନଲ୍ୟାଣ୍ଡ ମାଟିରେ ଆମେରିକାର ଜାତୀୟ ପତାକା ପୋତୁଛନ୍ତି। ତାଙ୍କ ନିକଟରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂବୈଦେଶିକ ମନ୍ତ୍ରୀ ମାର୍କୋ ରୁବିରୋ ରହିଛନ୍ତି। ଏହାଛଡ଼ା ଚିତ୍ରରେ ଗ୍ରିନଲ୍ୟାଣ୍ଡ, ସଂଯୁକ୍ତରାଜ୍ୟ ଅଞ୍ଚଳ, ପ୍ରତିଷ୍ଠା-୨୦୨୬ ବୋଲି ଲେଖାଥିବା ଏକ ବୋର୍ଡକୁ ଦର୍ଶାଯାଇଛି। ଟ୍ରମ୍ପ ନିଜର ଟ୍ରୁଥ୍ ସୋସିଆଲ ପ୍ଲାଟଫର୍ମରେ ଏହି ନୂଆ ମାନଚିତ୍ର ଚିତ୍ର ଜାରି କରିଛନ୍ତି। ଟ୍ରମ୍ପ ତାଙ୍କର ଏଆଇ ପ୍ରସ୍ତୁତ ଦ୍ୱିତୀୟ ଚିତ୍ର ଜାରି କରିଛନ୍ତି। ଯେଉଁଥିରେ ଟ୍ରମ୍ପ ଓଭାଲ ଅଫିସରେ ୟୁରୋପୀୟ ନେତାଙ୍କ ଗହଣରେ ବସି ଗ୍ରିନଲ୍ୟାଣ୍ଡ,କାନାଡ଼ା, ଏବଂ ଭେନେଜୁଏଲା ମାନଚିତ୍ରରେ ଆମେରିକାର ପତାକା ଛାଇଯାଇଥିବା ଏକ ମିଥ୍ୟା ଚିତ୍ର ଦେଖାଉଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ସର କେର ଷ୍ଟାରମର, ଇଟାଲୀ ପ୍ରଧାମନ୍ତ୍ରୀ ଜର୍ଜିଆ ମେଲୋନୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କୋନ, ୟୁରୋପୀୟ କମିଶନର ଅର୍ସୁଲା ବନ ଡେର ଲେୟନ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଗ୍ରିନ୍ଲ୍ୟାଣ୍ଡକୁ ନେଇ ୟୁରୋପୀୟ ମେଣ୍ଟ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରିବା ପରେ ଟ୍ରମ୍ପ୍ ଏଭଳି ଚିତ୍ର ଜାରି କରି ଘଟଣାକୁ ଅଧିକ ବିବାଦ ଘେରକୁ ଠେଲି ଦେଇଛନ୍ତି।
ଗ୍ରିନ୍ଲ୍ୟାଣ୍ଡକୁ ସଂଯୁକ୍ତରାଜ୍ୟର ଅଂଶ ଦର୍ଶାଇ ଏଆଇ ଚିତ୍ର ଜାରିକଲେ ଟ୍ରମ୍ପ













Leave a Reply