ତାମିଲନାଡ଼ୁ ବିଧାନସଭା: ଜାତୀୟ ସଂଗୀତ ପ୍ରତି ଅପମାନ ଦର୍ଶାଇ କକ୍ଷତ୍ୟାଗ କଲେ ରାଜ୍ୟପାଳ

Spread the love

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ତାମିଲ ଅସ୍ମିତାକୁ ନେଇ ଆଉ ଥରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳ ଆର.ଏନ୍‌. ରବି ଗୃହରେ ନିଜର ପାରମ୍ପରିକ ଅଭିଭାଷଣ ନ ଦେଇ କକ୍ଷତ୍ୟାଗ କରିଛନ୍ତି। ଜାତୀୟ ସଂଗୀତ ପ୍ରତି ଅବମାନନା ଓ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଲେଖାରେ ତ୍ରୁଟି ଦର୍ଶାଇ ସେ କକ୍ଷତ୍ୟାଗ କରିଥିଲେ। ଏହାଛଡ଼ା ଗୃହ କାର୍ଯ୍ୟ ସମୟରେ ତାଙ୍କ ମାଇକ୍ରୋଫୋନ୍ ସୁଇଚଅଫ୍ ଥିବା ନେଇ ସେ ଅଭିଯୋଗ କରିଛନ୍ତି। ପରେ ରାଜଭବନରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ରାଜ୍ୟପାଳଙ୍କ କକ୍ଷତ୍ୟାଗର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଏହା ଅସାମ୍ବିଧାନିିକ, ଗୃହ ଓ ଏହାର ମର୍ଯ୍ୟାଦା ପ୍ରତି ଅପମାନ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଏହା ତାମିଲ ଅସ୍ମିତା ସହ ଖେଳ ଭଳି। ବିଧାନସଭା ଅଧିବେଶନ ଆରମ୍ଭରେ ଗୃହରେ ପ୍ରଥମେ ତାମିଲନାଡୁ ରାଜ୍ୟ ସଂଗୀତ ଗାନ କରାଯାଇଥିଲା। ପରମ୍ପରା ଅନୁସାରେ ଗୃହରେ ଜାତୀୟ ସଂଗୀତ ବୋଲାଯିବା ପରେ ରାଜ୍ୟପାଳ ଗୃହକୁ ସମ୍ବୋଧନ କରିବା କଥା। ହେଲେ ରାଜ୍ୟ ସଂଗୀତ ଗାନ ଦେଖି ରାଜ୍ୟପାଳ ଆର.ଏନ. ରବି ଏଥିରେ ଅସହମତି ପ୍ରକାଶ କରି ଗୃହତ୍ୟାଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!