ବାଂଲାଦେଶରେ ହିନ୍ଦୁ ବ୍ୟବସାୟୀଙ୍କୁ ହତ୍ୟା

Spread the love

ଢାକା: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି। ତାଙ୍କ ନାମ ଲିଟନ ଚନ୍ଦ୍ର ଦାସ। ୫୫ ବର୍ଷୀୟ ଲିଟନ ଓରଫ୍ କାଳି ଗାଜିପୁରରେ ଏକ ଛୋଟ ହୋଟେଲ ଓ ମିଠା ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ। ଦୋକାନର ଜଣେ କର୍ମଚାରୀକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ତାଙ୍କ ଜୀବନ ଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ ଲିଟନଙ୍କ ଦୋକାନରେ ଅନନ୍ତ ଦାସ ନାମକ ଜଣେ ୧୭ ବର୍ଷୀୟ ଯୁବକ କାମ କରୁଛନ୍ତି। ଶନିବାର ମୌସୁମ ମିଆଁ ନାମକ ଜଣେ ୨୮ ବର୍ଷୀୟ ଯୁବକ ସାମାନ୍ୟ କଥାକୁୁ କେନ୍ଦ୍ର କରି ଅନନ୍ତଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ଏହା ହାତାହାତି ପରିସ୍ଥିତି ସୃଷ୍ଟି କରିଥିଲା। ଖବର ପାଇ ମୌସୁମର ଘର ଲୋକ ମହମ୍ମଦ ସ୍ୱାପନ ମିଆଁ (୫୫), ମଜେଦା ଖାତୁନ(୪୫) ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହାଫଳରେ ଗଣ୍ଡଗୋଳ ଅଧିକ ଉଗ୍ର ରୂପ ନେଇଥିଲା। ଲିଟନ ହସ୍ତକ୍ଷେପ କରି ଗଣ୍ଡଗୋଳ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗଣ୍ଡଗୋଳକାରୀମାନେ ଲିଟନଙ୍କୁ ଏକ ବେଲ୍‌ଚାରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!