ବୋମା ଧମକ; ଲକ୍ଷ୍ନୌରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Spread the love

ନୂଆଦିଲ୍ଲୀ: ୨୩୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ବାଗଡୋଗ୍ରା ଯାଉଥିବା ୬ଇ-୬୬୫୦ ଏଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ବୋମା ଧମକ ପାଇ ରବିବାର ଲକ୍ଷ୍ନୌଠାରେ ଜରୁରୀ ଅବତରଣ କରିଛି। ଏସିପି ରାଜେଶ ବର୍ମା କହିଛନ୍ତି ଯେ, ବିମାନର ଶୌଚାଳୟ ଭିତରୁ ଏକ ଟିସୁପେପର ମିଳିଥିଲା, ଯେଉଁଥିରେ ବୋମା ଥିବା ନେଇ ଏକ ଲେଖାଥିଲା। କର୍ତ୍ତୃପକ୍ଷ ସକାଳ ୮ଟା ୪୬ ମିନିିଟ୍‌ରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ଏହି ସୂଚନା ପାଇଥିଲେ। ଏହା ପରେ ୯ଟା ୧୭ରେ ପାଇଲଟ୍ ବିମାନଟିକୁ ସୁରକ୍ଷିତ ଭାବେ ଲକ୍ଷ୍ନୌ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ। ତୁରନ୍ତ ଯାତ୍ରୀମାନେ ବିମାନରୁ ଓହ୍ଲାଇବାପରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସିଆଇଏସ୍‌ଏଫ୍ ଟିମ୍ ବିମାନ ଭିତର ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ବିମାନରେ ୨୨୨ଜଣ ବୟସ୍କ, ୮ ଶିଶୁ, ୨ ପାଇଲଟ୍ ଓ ୫ ବିମାନ କର୍ମଚାରୀ ଯାତ୍ରା କରୁଥିଲେ

Leave a Reply

Your email address will not be published. Required fields are marked *

error: Content is protected !!