ସିଓଲ: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲଙ୍କୁ ଶୁକ୍ରବାର ସିଓଲ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ କୋର୍ଟ ୫ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର, ସରକାରୀ କାଗଜପତ୍ର ଜାଲିିଆତି, ନ୍ୟାୟକୁ ଠିକଣା ବାଟରେ ଯିବାକୁ ନଦେବା ଆଦି ଅଭିଯୋଗ ଆସିଥିଲା। ୨୦୨୪ ମସିହାରେ ୟୁନ୍ ଦେଶରେ ସାମରିକ ଆଇନ ଲାଗୁ କରିବା ନେଇ ବିଫଳ ଉଦ୍ୟମ କରିଥିଲେ। ଏହି ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ଯାଇଥିବା ପୋଲିସକୁ ସେ ନିଜ ସୁରକ୍ଷାକର୍ମୀଙ୍କ ଦ୍ୱାରା ବାଧା ଦେବା ଆଦି ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଏହାଛଡ଼ା ଅଫିସ୍ କାଗଜପତ୍ର ଜାଲିଆତି କରିବା ସାମରିକ ଆଇନ ଲାଗୁ କରିବା ପୂର୍ବରୁ ଉପଯୁକ୍ତ ଆଇନଗତ ପ୍ରକ୍ରିୟାକୁ ସେ ଅନୁସରଣ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ୟୁନ୍ଙ୍କ କାର୍ଯ୍ୟକଳାପ ଦେଶକୁ ରାଜନୈତିିକ ଅସ୍ଥିରତା ଆଡ଼କୁ ଟାଣି ନେଇଥିଲା ବୋଲି ମାମଲାର ବିଚାର କରି ବିଚାରପତି କହିଛନ୍ତି।

ମାମଲାର ଲାଇଭଷ୍ଟ୍ରିମ୍ ବିଚାର ଦେଖିବା ପାଇଁ ୟୁନ୍ଙ୍କ ଶହଶହ ସମର୍ଥକ କୋର୍ଟ ବାହାରେ ଲାଲ୍ ବ୍ୟାନର ଧରି ରୁଣ୍ଡ ହୋଇଥିଲେ। ପ୍ରୋସେକ୍ୟୁଟର ୟୁନ୍ଙ୍କ ୧୦ ବର୍ଷ ସଜା ପାଇଁ ଯୁକ୍ତି କରିଥିଲେ। ରାୟ ଉପରେ ଅପିଲ୍ କରିବା ନେଇ ଉଭୟ ପକ୍ଷକୁ କୋର୍ଟ ୭ ଦିନ ସମୟ ଦେଇଛନ୍ତି।













Leave a Reply