ବାଂଲାଦେଶରେ ହିଂସା ଜାରି; ଜାଳିଦେଲେ ହିନ୍ଦୁ ଶିକ୍ଷକଙ୍କ ଘର

Spread the love

ଢାକା: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସାକାଣ୍ଡ ଜାରି ରହିଥିବା ବେଳେ ଦୁର୍ବୃତ୍ତମାନେ ସିଲେଟ ଜିଲ୍ଲା ଗାୱାଇନଘାଟରେ ଜଣେ ହିନ୍ଦୁ ସ୍କୁଲ ଶିକ୍ଷକଙ୍କ ଘରକୁ ଜାଳି ଦେଇଛନ୍ତି। ଶିକ୍ଷକ ଜଣଙ୍କ ହେଉଛନ୍ତି ବୀରେନ୍ଦ୍ର କୁମାର ଦେ, ଯିଏ କି ଝୁନୁ ସାର୍ ନାମରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ଦୁର୍ବୃତ୍ତମାନେ ବୀରେନ୍ଦ୍ରଙ୍କ ଘରକୁ ଜାଳିଦେବା ସମୟରେ ଘର ସମସ୍ତ ସଦସ୍ୟ ଜୀବନ ବିକଳରେ ବାହାରକୁ ଚାଲି ଆସିଥିଲେ। ଘଟଣା ପରେ ଶିକ୍ଷକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର ସଂଖ୍ୟାଲଘୁ ସଂପ୍ରଦାୟ ଭୟ ଆତଙ୍କ ଭିତରେ ରହିଛନ୍ତି। ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ବାରମ୍ବାର ଅତ୍ୟାଚାର ବଢ଼ି ଚାଲିଥିବା ବେଳେ ବାଂଲାଦେଶ ସରକାରଙ୍କ ସଂଖ୍ୟାଲଘୁ ସୁରକ୍ଷା ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!