ଜାନୁଆରୀ ୨୦ରେ ବିଜେପିର ଜାତୀୟ ସଭାପତିଙ୍କ ନାମ ଘୋଷଣା

Spread the love

ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖରେ ଭାରତୀୟ ଜନତା ପାର୍ଟିର ନୂଆ ଜାତୀୟ ସଭାପତିଙ୍କ ନାମ ଘୋଷଣା କରାଯିବ। ତେବେ ବର୍ତ୍ତମାନ ପାର୍ଟିର ଜାତୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ପାର୍ଟିର ନୂଆ ସଭାପତି ଭାବେ ଘୋଷଣା କରାଯିବାର ସମ୍ଭାବନା ରହିଛି। କାରଣ ନିତିନଙ୍କ ପ୍ରାର୍ଥିତ୍ୱକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ସମର୍ଥନ ରହିଥିବା କୁହାଯାଉଛି। ବିଜେପିର ଜାତୀୟ ରିଟର୍ଣ୍ଣିଂ ଅଫିସର କେ. ଲକ୍ଷ୍ମଣଙ୍କ ପକ୍ଷରୁ ଜାରି ହୋଇଥିବା ପାର୍ଟିର ସାଂଗଠନିକ ନର୍ବାଚନୀ କାର୍ଯ୍ୟସୂଚୀ ଅନୁସାରେ ସଭାପତି ପଦ ପାଇଁ ଜାନୁଆରୀ ୧୯ ତାରିଖ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ପ୍ରାର୍ଥୀପତ୍ରଗୁଡ଼ିିକର ଯାଞ୍ଚ ଅପରାହ୍ଣ ୪ଟାରୁ ୫ ମଧ୍ୟେରେ ଶେଷ ହେବ ଏବଂ ସେହିଦିନ ୫ଟାରୁ ୬ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ଯଦି ଆବଶ୍ୟକ ହୁଏ ତାହେଲେ ଜାନୁଆରୀ ୨୦ ତାରିଖରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହିଦିନ ଆନୁଷ୍ଠାନିକ ଭାବେ ନୂଆ ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ଶ୍ରୀ ଲକ୍ଷ୍ମଣ ପ୍ରକାଶ କରିଛନ୍ତି। ନିର୍ବାଚନର ସମସ୍ତ ପ୍ରକ୍ରିୟା ପାର୍ଟିର ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସଭାପତି ପଦ ପାଇଁ କୌଣସି ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହେବେ ନାହିଁ। ଫଳରେ କାର୍ଯ୍ୟକାରୀ ସଭାପତି ନିତିନ ନବୀନ ନିଦ୍ୱର୍ନ୍ଦ୍ୱରେ ଜାତୀୟ ସଭାପତି ଭାବେ ନିର୍ବାଚିତ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!