ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

Spread the love

କଟକ(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ ହୋମଗାର୍ଡ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଓଡିଶା ହାଇକୋର୍ଟରେ ପହଞ୍ଚିଛି।ହୋମଗାର୍ଡ ନିଯୁକ୍ତିରେ ହୋଇଥିବା ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ଗୁରୁବାର ହାଇକୋର୍ଟ ସୁବର୍ଣ୍ଣପୁର ଏସପି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।ସୁବର୍ଣ୍ଣପୁର ଜିଲାରେ ୯୨ଟି ହୋମଗାର୍ଡ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାବଳୀର ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ନିର୍ଦ୍ଦିଷ୍ଟ ଥାନା ଅଞ୍ଚଳର ପ୍ରାର୍ଥୀଙ୍କ ବଦଳରେ ଅନ୍ୟ ଅଞ୍ଚଳର ବାହାର ପିଲାଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଥାନା ଅଧୀନରେ ଥିବା ଯୋଗ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଅନ୍ୟ ପୁଲିସ ଷ୍ଟେସନ ସୀମାର ପ୍ରାର୍ଥୀଙ୍କୁ ଅଯଥା ଗୁରୁତ୍ୱ ଦିଆଯାଇଥିବା ଆବେଦନକାରୀ ଦର୍ଶାଇଛନ୍ତି।ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିଯୁକ୍ତି ପ୍ରକ୍ରିୟାର ବୈଧତା କୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି ସ୍ପଷ୍ଟ କରିଛନ୍ତି। ଏଥିସହ ସମ୍ପୃକ୍ତ ଅଧିକାରୀଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୨୩ ତାରିଖରେ ହେବ। ସେପର୍ଯ୍ୟନ୍ତ ଏହି ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!