ପୁରୀ (ବ୍ୟୁରୋ): ଗୁରୁବାର ପୁରୀ ଲନ୍ ବଲ୍ର ଖେଳାଳିମାନେ ତୃତୀୟ ରାଜ୍ୟ ସ୍ତରୀୟ ଲନ୍ ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ୭ ଜଣିଆ ଦଳ ପୁରୀ ଠାରୁ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଛନ୍ତି । ଏହି ପ୍ରତିଯୋଗିତା ବଲାଙ୍ଗୀର ଠାରେ ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବ। ପୁରୀ ଜିଲ୍ଲା ଲନ୍ ବଲ୍ ର ସମ୍ପାଦକ ହରେଶ କୁମାର ମିଶ୍ର , ଝାଡେଶ୍ୱରୀ କ୍ଲବର ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର ,ଜୀତେନ୍ଦ୍ର ନାଥ ଦାସ ପ୍ରଭୁତି ଝାଡେଶ୍ୱରୀ କ୍ଲବ୍ ପ୍ରାଙ୍ଗଣରେ ସମସ୍ତ ଖେଳାଳିମାନଙ୍କୁ ଶୁଭେଛା ଜଣାଇଥିଲେ। ସେମାନଙ୍କର ଯାତ୍ରା ସାଫଲ୍ୟ ମଣ୍ଡିତ ହେଉ ସେ ନେଇ ପ୍ରାର୍ଥନା କରିଥିଲେ।
ପୁରୀ ଲନ୍ ବଲ୍ର ବଲାଙ୍ଗୀର ଯାତ୍ରା











Leave a Reply