ଆୱାମୀ ଲିଗ୍ ନେତା ତଥା ବାଂଲାଦେଶୀ ଗାୟକ ପ୍ରଳୟ ଚାକିଙ୍କ ପୋଲିସ ହେପାଜତରେ ମୃତ୍ୟୁ

Spread the love


ଢାକା: ପ୍ରସିଦ୍ଧ ବାଂଲାଦେଶୀ ଗାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ଦଳର ସ୍ଥାନୀୟ ନେତା ପ୍ରଳୟ ଚାକିଙ୍କର ପୋଲିସ ହେପାଜତରେ ମୃତ୍ୟୁ ଘଟିଛି। ଚାକି ଉତ୍ତର ବାଂଲାଦେଶର ରାଜସାହି ମେଡିକାଲ କଲେଜ ହସ୍‌ପିଟାଲରେ ରବିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବାଂଲାଦେଶ ଦୈନିକ ‘ଡେଲଷ୍ଟାର’ ପ୍ରକାଶ କରିଛି। ତେବେ ଚାକିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ଘଟିଲା। ୬୦ ବର୍ଷୀୟ ଚାକି ବହୁଦିନ ଧରି ମଧୁମେହ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ପାରି ନଥିଲେ। ଅନ୍ୟପକ୍ଷରେ ପବନ ଜେଲ ଅଧୀକ୍ଷକ ମହମ୍ମଦ ଓମାର ଫାରୁକ ଏହି ଅଭିଯୋଗକୁୁ ଅସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟଯେ ଗତବର୍ଷ ହସିନା ସରକାକୁ ବିତାଡ଼ିତ କରିବା ପାଇଁ ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମୟରେ ଏକ ବିସ୍ଫୋରଣ ମାମଲାରେ ଚାକିଙ୍କୁ ଡିସେମ୍ବର ୧୬ ତାରିଖରେ ଗିରଫ କରାଯାଇଥିଲା। ୮୦ ଓ ୯୦ ଦଶକରେ ସଂଗୀତ କ୍ଷେତ୍ରେରେ ଚାକି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ୱାଆମୀ ଲିଗ୍ ଦଳର ପବନ ଜିଲ୍ଲାର ସାଂସ୍କୃତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!