ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ଆସନ୍ତା ୨୭ ତାରିଖରୁ ଆବେଦନ ଆରମ୍ଭ ହେବ । ମାର୍ଚ୍ଚ ୨୬ ତାରିଖ ଯାଏ ଆବେଦନ ଚାଲିବ । ମେ ୧୧ରୁ ୧୭ ଯାଏ ପରୀକ୍ଷା ହେବ । ମେ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏପରି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହାକୁ ଗତ ୨୨ ତାରିଖରେ ହୋଇଥିବା ପଲିସି ପ୍ଲାନିଂ ବଡିରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି । ବିଭାଗୀୟ ତଥ୍ୟ ଅନୁଯାୟୀ, ବି ଫାର୍ମା, ଏମ୍ସିଏ, ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଂଟିଗ୍ରେଟେଡ୍ଏମ୍ବିଏ, ବି କାଟ୍, ନର୍ସିଂ, ଏମ୍ଟେକ୍, ଏମ୍ଟେକ୍ (ପାର୍ଟ ଟାଇମ୍), ଏମ୍ ଆର୍କ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଲାଟେରାଲ୍ ଏଂଟି ଇନ୍ ବିଟେକ୍/ ଏମ୍ବିଏ/ ଏମ୍ସିଏ କୋର୍ସରେ ନାମଲେଖା ହେବ । ଜୁନ୍ ୨୫ରୁ ୩୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର ଓଜେଇଇ ପରୀକ୍ଷା କରିବାକୁ ଯୋଜନା କରାଯାଇଛି ।ସେହିପରି ଜୁଲାଇ ୨୧ ସୁଦ୍ଧା ସମସ୍ତ କାଉନ୍ସେଲିଂ ପ୍ରକ୍ରିୟା ଶେଷ ହେବ । ଅଗଷ୍ଟ ୧ରୁ ୧୫ ମଧ୍ୟରେ କଲେଜମାନଙ୍କରେ ନାମଲେଖା ପ୍ରକ୍ରିୟା ଚାଲିବ । ଏଆଇସିଟିଇ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ । ଏମ୍ବି ବିଏସ୍, ବିଡିଏସ୍ ଓ ସମସ୍ତ ଆୟୁଷ କୋର୍ସ ପାଇଁ କାଉନସେଲିଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହେବ ।
ଆସନ୍ତା ୨୭ରୁ ଓଜେଇଇ ଆବେଦନ; ମେ ୧୧ରୁ ୧୭ ଯାଏଁ ପରୀକ୍ଷା, ମେ ୩୧ରେ ଫଳ















Leave a Reply