ପୌଷ ପୂର୍ଣ୍ଣିମାରେ ବୁଡ଼ଦେଲେ ୩୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ: ଯୋଗୀ ଆଦିତ୍ୟନାଥ

Spread the love

ପ୍ରୟାଗରାଜ: ତୀର୍ଥରାଜ ପ୍ରୟାଗରେ ଆରମ୍ଭ ହୋଇଛି ମାଘମେଳା। ଏହି ଅବସରରେ ବିଭିନ୍ନ ତିଥିରେ ବୁଡ଼ ପକାଇଥାନ୍ତି ଶ୍ରଦ୍ଧାଳୁ। ସନାତନ ଧର୍ମର ଏହି ପରମ୍ପରା କାହିଁ କେତେକାଳରୁ ଚାଲିଆସିଛି। ଏହି ପ୍ରକ୍ରିୟାରେ ପୌଷ ପୂର୍ଣ୍ଣିମାରେ ପବିତ୍ର ତ୍ରିବେଣୀ ସଂଗମରେ ୩୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ଦେଇଥିବା ଶନିବାର ପ୍ରକାଶ କରିଛନ୍ତି ଉତ୍ତରପ୍ରବେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ କହିଛନ୍ତି ଯେ ଆଶାଠାରୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏଥର ପୌଷପୂର୍ଣ୍ଣିମାରେ ପବିତ୍ର ବୁଡ଼ ଦେଇଥିଲେ। ଆଶା କରାଯାଉଥିଲା କିି ଭାରତବର୍ଷର ବିଭିନ୍ନ ଭାଗରୁ ୧୦-୧୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ମାଘମେଳାର ପ୍ରସ୍ତୁତି ସମୀକ୍ଷା କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଏହା ପ୍ରକାଶ କରିଛନ୍ତି। ମାଘମେଳା ପାଇଁ ଏଥର ଅଧିକ ସଂଖ୍ୟକ ବୁଡ଼ଘାଟର ବ୍ୟବସ୍ଥା କରାଯାଇଛି। ଏଥିି ସହ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏହାଛଡ଼ା ସଂପ୍ରତି ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଆଗକୁ ମାଘମେଳା ବୁଡ଼ ଜାନୁଆରୀ୧୪-୧୫ ମକର ସଂକ୍ରାନ୍ତି, ଜାନୁଆରୀ ୧୮ ମୌନୀ ଅମାବାସ୍ୟା, ଜାନୁଆରୀ ୨୩ ବସନ୍ତ ପଂଚମୀ, ଫେବ୍ରୁଆରୀ ୧୫ ମହାଶିବରାତ୍ରି ଅବସରରେର ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *

error: Content is protected !!