ଅଳିଆ ଉଠାଇବା ପାଇଁ ଭୁବନେଶ୍ୱରବାସୀ ଦେବେ ଟଙ୍କା

Spread the love

ଭୁବନେଶ୍ୱର(ବ୍ୟୁରୋ): ଅଳିଆ ଉଠାଇବା ପାଇଁ ଭୁବନେଶ୍ୱରବାସୀଙ୍କୁ ଦେବାକୁ ପଡ଼ିବ ଟଙ୍କା। ଏଥର ଅଳିଆ ଉଠାଇବା ପାଇଁ ରାଜଧାନୀବାସୀ ଗଣିବେ ୟୁଜର ଫି। ଘର ,ହୋଟେଲ, ସପିଂ ମଲ, କ୍ୟାଫେ, ହାଟ, ଶିକ୍ଷାନୁଷ୍ଠାନ, ମଦ ଦୋକାନ, ଢ଼ାବା,କ୍ଲାଉଡ଼ କିଚେନ , ଗୋଦାମ, ରୋଡ଼ ସାଇଟ ଭେଣ୍ଡର,ଗେଷ୍ଟ ହାଉସ, ହଷ୍ଟେଲରୁ ଆଦାୟ ହେବ ୟୁଜର ଫି। ଏଥିପାଇଁ ନିର୍ଦ୍ଧାରିତ ଫି ଧାର୍ଯ୍ୟ କରାଯାଇଛି। ଋଡଝ ଏବଂ ଖଓଏ ଘର ୮୦୦ ବର୍ଗଫୁଟ ପାଇଁ ମାସକୁ ଦେବାକୁ ପଡିବ ୫୦ ଟଙ୍କା । ଏମଆଇଜି ଘର ୮୦୦ ରୁ ୧୨୦୦ ବର୍ଗ ଫୁଟ ପାଇ ମାସିକ ୭୫ ଟଙ୍କା ଦେବାକୁ ପଡିବ । ବାର୍ଷିକ ୧୦ କୋଟି ଆଦାୟ ଲକ୍ଷ୍ୟ ରଖିଛି ବିଏମସି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁଜର ଫି ଧାର୍ଯ୍ୟ କରାଯାଇଛି। ଆବାସିକ ଘର, ଦୋକାନ, ହୋଟେଲ ଏବଂ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ୟୁଜର ଫି ଧାର୍ଯ୍ୟ କରାଯାଇଛି। ସହରବାସୀ ‘ସଫା ଆପ୍‌’ କିମ୍ବା ବିଏମସିର ସ୍ୱତନ୍ତ୍ର ହ୍ୱାଟସ୍‌ଆପ୍ ନମ୍ବର ୭୬୫୩୦୧୧୮୩୨ ମାଧ୍ୟମରେ ଅଧିକ ସୂଚନା ପାଇପାରିବେ । ସ୍ୱଚ୍ଛସାଥୀମାନେ ନିଜ ନିଜ ୱାର୍ଡରୁ ୨୦୧୮ମସିହାରେ ବିଏମ୍ ସି ଦ୍ୱାରା ଧାର୍ଯ୍ୟ ୟୁଜର୍ସ ଫି ଆଦାୟ କରିବା ପାଇଁ ନିର୍ଦେଶ ଦିଆଯାଇଛି । ସ୍ଥାୟୀ ବାସିନ୍ଦା, ସମସ୍ତ ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ ପ୍ରତିଷ୍ଠାନ, ଉଦ୍ୟୋଗ ଇଦ୍ୟାଦିଙ୍କଠାରୁ ୟୁଜର୍ସ ଫି ଆଦାୟ କରାଯିବ। ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଆମ ପରିବେଶ ସ୍ୱଚ୍ଛ ସହ ସ୍ୱଚ୍ଛ ବାୟୁ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି । ପରିବେଶ ଓ ବାୟୁ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା । ସେଥିପାଇଁ ବିଏମ୍ସି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି)ର ନିୟମ ଅନୁଯାୟୀ ବିଭିନ୍ନ ପଦକ୍ଷେପ ନେଉଛି । ୨୦୨୫-୨୬ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱରବାସୀ ଆଗେଇ ଆସିବାକୁ ମେୟର ଆହ୍ୱାନ ଦେଇଛନ୍ତି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ବିଏମସି ପକ୍ଷରୁ ସେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି । ସହରକୁ ସ୍ୱଚ୍ଛ ରଖିବା ପାଇଁ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ଏହି ଦାୟିତ୍ୱ ନିର୍ବାହ କରିବାକୁ ମେୟର ଅନୁରୋଧ କରିଛନ୍ତି। ବିଏମ୍ ସି ନିୟୋଜିତ ଆଇଇସି ଟିମ୍ ପରିମଳ ସଂପର୍କିତ ବିଭିନ୍ନ ନିୟମ ଏବଂ ନାଗରିକ ଦାୟିତ୍ୱବୋଧ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବେ ବୋଲି ବିଏମ୍ ସି କମିଶନର ଚଞ୍ଚଳ ରାଣାନିର୍ଦେଶ ଦେଇଛନ୍ତି । କେଉଁ ପ୍ରତିଷ୍ଠାନ ପାଇଁ କେତେ ୟୁଜର୍ସ ଫି ଦେବାକୁ ପଡିବ, ସେ ସଂପର୍କରେ ବିସ୍ତୃତ ଭାବେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ଅବଗତ କରାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଏବଂ ଡେପୁଟି କମିଶନର, ପରିମଳ, ଏନ୍‌. ଗଣେଶ ବାବୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!