ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜନଶୁଣାଣି; ୯୫% ଅଭିଯୋଗର ସମାଧାନ କରିଛନ୍ତି

Spread the love

ଭୁବନେଶ୍ୱର(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷର ପ୍ରଥମ ଜନ ଅଭିଯୋଗ ଶୁଣାଣି କରିଛନ୍ତି। ୟୁନିଟ୍‌-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏହି ୧୬ଶ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ତ୍ୱରିତ ସମାଧାନ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପ୍ରଶାସନ ନିକଟରେ ପହଞ୍ଚୁଥିବା ଅଭିଯୋଗଗୁଡ଼ିକର ସମାଧାନ ପ୍ରକ୍ରିୟା ବେଶ୍ ଉତ୍ସାହଜନକ ରହିଛି। ୱେବ୍ ପୋର୍ଟାଲ୍ ଓ ଡାକ ଯୋଗେ ମୋଟ ୧,୪୯,୪୧୮ଟି ଅଭିଯୋଗ ମିଳିଥିଲା। ସେଥିମଧ୍ୟରୁ ୧,୩୦,୮୪୫ଟି (୮୮%) ମାମଲାର ସଫଳ ସମାଧାନ କରାଯାଇଛି। ବିଗତ ୧୫ଟି ଶୁଣାଣିରେ ମିଳିଥିବା ୧୩,୩୫୮ ଅଭିଯୋଗ ମଧ୍ୟରୁ ୯୫% (୧୨,୭୪୮ଟି) ସମାଧାନ ହୋଇସାରିଛି। ଏପର୍ଯ୍ୟନ୍ତ ୫୬,୦୨୮ରୁ ଅଧିକ ଲୋକ ଏହି ପ୍ରକ୍ରିୟାରେ ସାମ ସୋମବାର (ମାସକୁ ୩-୪ ଥର) ଅଭିଯୋଗ ଶୁଣାଣି କରିବାକୁ ଲକ୍ଷ୍ୟ ରଖିଛନ୍ତି। ୩୦ଟି ଯାକ ଜିଲାରେ ଜିଲାପାଳଙ୍କ ନେତୃତ୍ୱରେ ଅଭିଯୋଗ ପଞ୍ଜିକରଣ ଜାରି ରହିଛି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ। କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ।“ଏହା ଏକ ‘ଲୋକଙ୍କ ସରକାର’। ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ କମାଇ ଶାସନକୁ ଅଧିକ ସୁଗମ କରିବା ଆମର ପ୍ରାଥମିକତା। କେହି ଯେପରି ନ୍ୟାୟରୁ ବଞ୍ଚିତ ନ ହେବେ, ତାହା ଆମେ ସୁନିଶ୍ଚିତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!