ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠରେ ଆୟୁଷ କ୍ୟାରେଟ ଏକାଡେମୀ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଜାତୀୟସ୍ତରୀୟ ଇ କରାଟେ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ସହ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଚ ପଦକ ପ୍ରଦାନ କରାଯାଇଛି । ଏକ ଭବ୍ୟ ସମାରୋହରେ ଅତିଥି ରୂପେ ଯୋଗଦେଇ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସମାଜସେବୀ ରଞ୍ଜନ କୁମାର ମହାପାତ୍ର, ପ୍ରକୁତିବନ୍ଧୁ ଦିନବନ୍ଧୁ ଭୋଇ, ପ୍ରିୟବ୍ରତ ପାତ୍ର, ବ୍ରଜକିଶୋର ଠକ୍କର, ଅନିଲ ସ୍ୱାଇଁ, ରଞ୍ଜିତ ମହାରଣା ଓ ଲକ୍ଷ୍ମଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଉମାକାନ୍ତ ବେହେରା ଦ୍ୱାରା ପରିଚାଳନା କରାଯାଇଥିଲା ।
