ଲୋକସଭାରେ “ଭିବି-ଜି ରାମ-ଜି’ ବିଲ୍ ଗୃହୀତ

Spread the love


ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁରୁବାର ଲୋକସଭାରେ ପାରିତ ହୋଇଛି ବିକଶିତ ଭାରତ ଗ୍ୟାରେ କହିଥିଲେ, ପ୍ରାରମ୍ଭରେ କେବଳ ଏନ୍‌ଆରଜିଏ (ନରେଗା) ଥିଲା। ସେଥିରେ ମହାତ୍ମା ଗାନ୍ଧୀଙ୍କ ନାଁକୁ ଯୋଡ଼ା ଯାଇନଥିଲା। ୨୦୦୯ରେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଣ୍ଡରେ ବାପୁଙ୍କ କଥା ପଶିଥିଲା। ଭୋଟ୍ ପାଇଁ ସେମାନେ ଏନ୍‌ଆରଜିଏ (ନରେଗା)ରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ି ଏହାକୁ ଏମ୍‌ଜିଏନ୍‌ଆରଇଜିଏ (ମନରେଗା) କରି ଦେଇଥିଲେ। ମୁଁ ଏହା କହିବାକୁ ଚାହେଁ ଯେ ମନରେଗାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇ ଠିକ୍ ଭାବେ କାର୍ଯ୍ୟକାରୀ କରିଛନ୍ତି। ଶ୍ରୀ ଚୌହାନ ଆହୁରି କହିଥିଲେ ଯେ କଂଗ୍ରେସ ବାପୁଙ୍କ ଆଦର୍ଶଗୁଡ଼ିକୁ ହତ୍ୟା କରିଛି। କିନ୍ତୁ ମୋଦି ସରକାର ପିଏମ୍ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଓ ଆୟୁଷ୍ମାନ ଭାରତ ମାଧ୍ୟମରେ ବାପୁଙ୍କ ଆଦର୍ଶକୁ ଜୀବିତ ରଖିଛନ୍ତି। ପୂର୍ବାଗ୍ରହ ରଖି ମୋଦି ସରକାର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରୁଛନ୍ତି ବୋଲି କଂଗ୍ରେସ ସାଂସଦ ପ୍ରିୟଙ୍କ ଗାନ୍ଧୀ ଅଭିଯୋଗ କରିଥିବା ବେଳେ ଜବାହରଲାଲ ନେହରୁ ଓ ମହାତ୍ମା ଗାନ୍ଧୀଙ୍କ ନାଁରେ ଚାଲିଥିବା ଏକାଧିକ କାର୍ଯ୍ୟକ୍ରମର ଉଦାହରଣ ଦେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କୁ ସମାଲୋଚନା କରିଥିଲେ।ଏହି ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏମିତିକି ବିଲ୍‌କୁ ଫାଡ଼ି ବାଚସ୍ପତିଙ୍କ ଚୌକି ଆଡ଼କୁ ଫୋପାଡ଼ି ଥିଲେ। ତେଣୁ ବିଲ୍ ପାରିତ ହେବା ମାତ୍ରେ ବାଚସ୍ପତି ଓମ ବିର୍ଲା ଗୃହକୁ ଆଜି ପାଇଁ ମୁଲତବି ଘୋଷଣା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳର ସାଂସଦମାନେ ଏହି ବିଲ୍‌କୁ ବିରୋଧ କରି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ୨୦୦୫ରୁ ମନରେଗାରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ୧୦୦ ଦିନର କାମ ମିଳୁଥିଲା। ଏବେ କେନ୍ଦ୍ର ସରକାର ‘ଭିବି ଜି ରାମ ଜି’ ଜରିଆରେ ୧୨୫ ଦିନ କାମ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଖାଲି ସେତିକି ନୁହେଁ, ଲୋକଙ୍କୁ ମିଳିଥିବା କାମ ଶେଷ ହେବାର ଗୋଟିଏ ସପ୍ତାହ କିମ୍ବା ୧୫ ଦିନ ମଧ୍ୟରେ ମଜୁରୀ ବାବଦ ଟଙ୍କା ଦିଆଯିବ। ଯଦି ଟଙ୍କା ଠିକ ସମୟରେ ମିଳିବ ନାଁ, ତା’ହେଲେ ବିଲ୍‌ରେ ବେକାରୀ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ‘ଭିବି ଜି ରାମ ଜି’ କାମକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ ଭଳି ୪ଟି ବର୍ଗରେ ଲୋକଙ୍କୁ କାମ ମିଳିବ। ଚାଷ ସମୟରେ ଏହି ସବୁ କାମ ଆଦୌ କରାଯିବ ନାହିଁ। କାରଣ ଏହି ସମୟରେ ଗ୍ରାମାଞ୍ଚଳର ଲୋକମାନେ ଚାଷ କାମରେ ବ୍ୟସ୍ତ ରହିବେ। ଚାଷ କାମ ଶେଷ ହେବା ପରେ ଏହି ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଯୋଜନାରେ ସ୍ୱଚ୍ଛତା ରଖିବା ପାଇଁ ବାୟୋମେଟ୍ରିକ ଓ ଜିଓଟ୍ୟାଗିଂକୁ ବ୍ୟବହାର କରାଯିବ। ସେହିପରି ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ମଧ୍ୟ କରାଯାଇଛି। ମନରେଗା ଓ ଗ୍ରାମୀଣ ଯୋଜନା ମଧ୍ୟରେ ଥିବା ପ୍ରମୁଖ ପାର୍ଥକ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ମନରେଗା ଗୋଟିଏ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକଙ୍କୁ ୧୦୦% ମଜୁରୀ ବାବଦ ଅର୍ଥ ଦେଉଛନ୍ତି। ରାଜ୍ୟ ସରକାର ଗୁଡ଼ିକ କୁଶଳୀ ଶ୍ରମିକଙ୍କ ନିଯୁକ୍ତି ଓ ସାମଗ୍ରୀର ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାର କିଛି ଅଂଶ ଦେଉଛନ୍ତି। କିନ୍ତୁ ‘ଭିବି ଜି ରାମ ଜି’ରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ। ଉତ୍ତରପୂର୍ବ ଓ ହିମାଳୟୀ ରାଜ୍ୟରେ ଏହା ୯୦: ୧୦ ଅନୁପାତ ରହିବ। କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ୧୦୦% ରହିବ ବୋଲି ଜଣାପଡ଼ିଛି। ବାର୍ଷିକ ୧.୫୧ ଲକ୍ଷ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ର ସରକାର ୯୫,୬୯୨ କୋଟି ଟଙ୍କାର ଅନୁଦାନ ଦେବେ।

Leave a Reply

Your email address will not be published. Required fields are marked *

error: Content is protected !!