ବଲାଙ୍ଗୀର: ବଜ୍ରାଘାତ ଜୋଗୁଁ ଜଳିଗଲା ଅସହାୟ ମହିଳାଙ୍କ ଘର।ଏଭଳି ଅଭାବନିୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡା ଗ୍ରାମରେ । ସୂଚନା ରୁ ପ୍ରକାଶ ଯେ ଆଜି ଅପରାହ୍ଣ ସମୟରେ ବଜ୍ରାଘାତ ସହ ଘଡଘଡି ହୋଇଥିଲା, ବଜ୍ରାଘାତ ହେବା ଯୋଗୁଁ ଗ୍ରାମର ରଶ୍ମିତା ମାହାର ଏବଂ ଚିନାମାଲି ମାହାର ଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା ।ନିଆଁ ଲାଗିବା ଖବର ପାଇ ଗ୍ରାମବାସୀ ଗରିଆ, ବାଲ୍ଟି ସାହାଯ୍ୟରେ ପାଣି ଆଣି ନିଆଁ କୁ ଆୟତ କରିବାକୁ ପ୍ରୟାସ ଜାରି ରଖିଥିଲେ । କିନ୍ତୁ ନିଆଁ ର ପ୍ରଖର ଯୋଗୁଁ ତାହା ସମ୍ଭବ ହେଲା ନାହିଁ ଶେଷ ରେ ଖବର ପାଇ ଅଗ୍ନିଶମ ବାହିନୀ ଆସି ନିଆଁକୁ ସମ୍ପୂର୍ଣ ଆୟତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଅସହାୟ ପରିବାର ର ସମସ୍ତ ଆସବା ପତ୍ର, ଖାଇବା ସାମଗ୍ରୀ, ବସ୍ତ୍ର ସହ ସମସ୍ତ ଦ୍ରବ୍ୟ ପୋଡି ଛାରଖାର ହୋଇ ଯାଇଥିବା ସୂଚନା ମିଳିଛି ।
