ନୀଳଗିରି; ସୋନନଦୀରେ ବୁଡି ଚାଲିଗଲା ଦୁଇ ନାବାଳକ ସାଙ୍ଗଙ୍କ ଜୀବନ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଧାକିଶୋରପୁର ଗ୍ରାମର ସୋନନଦୀ ଘାଟରେ।ଗାଧୋଇବାକୁ ଯାଇ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ଦୁଇ ସାଙ୍ଗ।ଦୁଇ ଜଣ ନାବାଳକ ଉକ୍ତ ଗ୍ରାମର ପ୍ରଦୀପ ବେହେରାଙ୍କ ୧୨ ବର୍ଷର ପୁଅ କାର୍ତ୍ତିକ ବେହେରା ଓ ଲକ୍ଷ୍ମୀଧର ମହାଳିକଙ୍କ ୧୨ ବର୍ଷର ପୁଅ ଆକାଶ ମହାଳିକ ।ସୂଚନା ଅନୁଯାୟୀ ଖରାଛୁଟି ହେଇଥିବାରୁ ଉଭୟ ଗାଁର କିଛି ସାଙ୍ଗଙ୍କ ସହ ମିଶି ସୋନ ନଦୀକୁ ଗାଧୋଇବାକୁ ଯାଇଥିଲେ।ହେଲେ କୌଣସି କାରଣରୁ ଉଭୟ ପାଣିରେ ବୁଡିଯାଇଥିଲେ।ଅନ୍ୟ ସାଥୀମାନେ ଗ୍ରାମବାସୀଙ୍କୁ ଅବଗତ କରିବାରୁ ଗାଁ ଲୋକେ ପ୍ରଥମେ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ନୀଳଗିରି ଅଗ୍ନିଶମ ବାହିନୀ ଓ ନୀଳଗିରି ପୋଲିସ ପହଞ୍ଚି ଅନ୍ୟ ମୃତ ଦେହଟିକୁ ପାଣିରୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜକୁ ପଠାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।ଯେହେତୁ ବାଲି ମାଫିଆମାନେ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଛନ୍ତି ତେଣୁ ନଦୀରେ ବଡବଡ ଗଣ୍ଡ ସୃଷ୍ଟି ହୋଇଛି ଯେଉଁଥିରେ ଜୀବନ ଯାଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
