ରାଇଘର: ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଝଡ଼ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ଫଳରେ ସହର ରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଜଣାଯାଇଛି। ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଯାହା ଫଳରେ ଖରା ଗରମ ରେ ଜନସାଧାରଣ ଅସ୍ତ ବ୍ୟସ୍ତ ହୋଇପଡ଼ିଥିଲେ। କିନ୍ତୁ ଆଜି ଦିନ ଦ୍ୱି ପ୍ରହର ରେ ପ୍ରକୃତି ର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡ ବର୍ଷା ପବନ ହେବା ଫଳରେ ଉମରକୋଟ ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ଲୋକ ଙ୍କ ଚାଳ ଛପର ଉଡାଇ ଦେଇଛି ଏବଂ ଉଠା ଦୋକାନୀ ମାନଙ୍କ ପଲିଥିନ ଜରି ଉଡାଇ ନେଇଯିବା ଯୋଗୁଁ ଜିନିଷ ପତ୍ର ସବୁ ବର୍ଷା ରେ ଭିନିଯାଇଚି। ପ୍ରଚଣ୍ଡ ବିଜୁଳି ଘଡ଼ଘଡ଼ି ଯୋଗୁଁ ଯାତାୟାତ କରୁଥିବା ଲୋକେ ବାଇକ ରାସ୍ତା କଡ଼ରେ ରଖି ଦୋକାନ ବାରଣ୍ଡାରେ ଆଶ୍ରୟ ନେଇ ଥିଲେ। ଖବର ସଂଗ୍ରହ ସୁଦ୍ଧା ପବନ ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି।
