ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ସ୍ଥିତ ଜଗନ୍ନାଥ ମନ୍ଦିର ଓ ଶନି ମନ୍ଦିର ରୁ ଚୋରି କରିଥିବା ଅଭିଯୋଗ ରେ ପୋଲିସ ୨ ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟ ରୁ ଚୋରି ଯାଇଥିବା ଜିନିଷ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଗତ ୧୦ ତାରିଖ ରାତି ରେ ଅଣକା ଗ୍ରାମ ରେ ଥିବା ଜଗନ୍ନାଥ ମନ୍ଦିର ଓ ଶନି ମନ୍ଦିର ରୁ ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୧ ତାରିଖ ରେ ରବୀନ୍ଦ୍ର ନାଥ ନାୟକ ଥାନା ରେ ଅଭିଯୋଗ କରିଥିଲେ।ବାଲିଚନ୍ଦ୍ରପୁର ପୋଲିସ ୨୨୭/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟ ରେ ଜଣା ପଡିଲା ବିହାର ରାଜ୍ୟ ର ବେଗୁ ସୁରାଇ ଜିଲା ର ସୋହେବ ପୁର କମଲ ଥାନା ଅନ୍ତର୍ଗତ ସନହା ଗ୍ରାମର ସୁବୋଧ କୁମାର ଦାସ ଓରଫ ବିହାରୀ ଗତ କିଛି ଦିନ ହେବ ମନ୍ଦିର ନିକଟ ରେ ସୋଉଥିଲା। ସେ ଚୋରି ପରେ ଫେରାର ହୋଇ ଯାଇଥିଲା। ପୋଲିସ ତାର ମୋବାଇଲ ଟ୍ରାକ କରି ପ୍ରଥମେ ଧରିବା ପରେ ସେ ଚୋରୀ କରି ଥିବା ସ୍ୱୀକାର କରିଥିଲା। ଚୋରି ଜିନିଷ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଉଜଙ୍ଗ ଗ୍ରାମର ଅସରଫ ଖାଁ ଙ୍କ ପୁଅ କୁମାର ଅନିଲ ଖାଁ ଙ୍କୁ ବିକ୍ରୀ କରିଥିଲା। ପୋଲିସ ବାଉଜଙ୍ଗ ଗ୍ରାମରେ ଚଢାଉ କରି ଅନିଲ ଖାଁ ଙ୍କୁ ଗିରଫ କରିବା ସହ ତା ନିକଟ ରୁ ପିତଳ ବଡ ଦୀପ, ଦୁଇଟି ପିତଳ ଘଣ୍ଟ, ଦୁଇଟି ପିତଳ ଘଣ୍ଟି, ପିତଳ ଆଳତି ଷ୍ଟାଣ୍ଡ ଦୁଇଟି, ଦୁଇଟି ପିତଳ ଗଡୁ, ଗୋଟିଏ ପିତଳ ଥାଳି ଓ ଛୋଟ ଦୀପ କୁ ଉଦ୍ଧାର କରିଛି। ଉଭୟ ଙ୍କୁ ଗିରଫ କରି ଶନିବାର ପୋଲିସ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି।
