ବାରିପଦା: ବାଲେଶ୍ୱର ଜିଲ୍ଲା ର ଅବକାରୀ ବିଭାଗ ର ସେଟେଲାଇଟ ଟିମ ଇନ୍ସପେକ୍ଟର ଲଖେୟ ସାଧବ ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ୍ ମୋରଡା ବ୍ଲକର ଘୋଡାବନ୍ଧା ଏବଂ ଖୁଣ୍ଟାପାଳ ଠାରେ ଚଢାଉ କରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମଦ ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ କୌଣସି ସୂତ୍ରରୁ ଅବକାରୀ ସେଟେଲାଇଟ ଟିମ୍ ଖବର ପାଇ ଘୋଡାବନ୍ଧା ଏବଂ ଖୁଣ୍ଟାପାଳ ଜଙ୍ଗଲରେ ଚଢ଼ାଉ କରିଥିଲା ଟିମ । ଜଙ୍ଗଲ ଭିତରେ ଚୋରା ରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସମୟରେ ଅବକାରୀ ବିଭାଗ କୁ ଦେଖି ଅଭିଯୁକ୍ତ ମାନେ ଖସି ପଳାଇଥିଲେ । ତେବେ ବିଭାଗ ପକ୍ଷରୁ ୨୨୫୦ କେଜି ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରାଯାଇଛି । ପରେ ସମସ୍ତ ପୋଚ ଓ ଦେଶୀ ମଦ କୁ ନଷ୍ଟ କରିଦିଆଯାଇଛି । ଚଢ଼ାଉ ରେ ସାମିଲ ଥିଲେ ଅବକାରୀ ବିଭାଗ ର ସଲାଇ ହେମ୍ରମ, ବରୁଣ କୁମାର ନାୟକ, ବିଶ୍ୱନାଥ ଭୋଇ, ମଧୁସ୍ମିତା ମହାନ୍ତ । ବେଆଇନ ଭାବେ ତିଆରି ହେଉଥିବା ଦେଶୀ ମଦ ପିଇ ଅନେକ ସମୟରେ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଚଢାଉ କୁ ଆହୁରି ଜୋରଦାର କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣ ରେ କୁହାଯାଉଛି ।
