ପୁରୀ: ଗାଧୋଇବା ବେଳେ ଶନିବାର ଦିନ ଭୀର୍ଗବୀ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ମୀଳିଥିବା ସୁଚନାଅନୁଯାଇ ଚନ୍ଦନପୁର ଥାନା ଅନ୍ତର୍ଗତ ଜାନକାଦେଇପୁର୍ ରେଲୱେ ବ୍ରିଜ୍ ନିକଟରେ ଥିବା ଭୀର୍ଗବୀନଦୀରେ ଦୁଇ ଭାଇ ଗାଧୋଉଥିବା ବେଳେ ଗଣ୍ଡକୁ ଚାଲିଯାଇଥିଲେ। ସେଠାରେ ଗାଧୋଉଥିବା ଲୋକମାନେ ହୋ ହାଲ୍ଲା କରିଥିଲେ। ସେମାନଙ୍କୁ ଉନ୍ଧାର କରିବାପାଇଁ କେତେଜଣ ନଦୀରେ ଘୋଜା ଖୋଜି କରିଥିଲେ। କିଛି ସମୟପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା। ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣାକରିଥିଲେ। ମୃତ ଦୁଇ ନାବାଳକ ଚନ୍ଦନପୁର ରେ ପରିବା ବ୍ୟବସାୟୀ କରୁଥିବା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟଙ୍କର ଦୁଇ ପୁଅ ବୋଲି ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
