ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ସ୍ଥିତ ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ଖେଳ ପଡିଆ ଠାରେ ମଙ୍ଗଳବାର ଦିନ ଜୁନିୟର ଏନ୍ ପି ଏଲ୍ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ନିଳେନ୍ଦ୍ରି ସେଠୀ ଯୋଗଦେଇ ଏହି ଟୁର୍ଣ୍ଣ।ମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସେଠୀ , ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ଅଭିମନ୍ୟୁ ଭୂୟାଁ, ସମବାୟ ବ୍ୟାଙ୍କ ସମ୍ପାଦକ ବସନ୍ତ କୁମାର ଭୂୟାଁ, ନୂଆଗଡ କାଳଞ୍ଜି କୁଳ କମିଟି ସଭାପତି ଆରତ ବେହେରା, ସମାଜସେବି ଶଙ୍କର ମହାପାତ୍ର, ମୁରଲୀ ଭୂୟାଁ, ଧୋବା ଭୂୟାଁ, ସନ୍ତୋଷ କୁମାର ସେଠୀ, ଅଭିମନ୍ୟୁ ମହାପାତ୍ର, ଲକ୍ଷ୍ମୀଧର ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ମହାରଣା, ଅମୂଲ୍ୟ ବେହେରା, ଉପସଭାପତି ନିରଞ୍ଜନ ଭୂୟାଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜିର ଉଦଘାଟିନ ମ୍ୟାଚ୍ ୮ ଓଭର୍ ବିଶିଷ୍ଟ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍ ପ୍ରାଇମ ଆଲ୍ଫା ଏବଂ ଗେମ୍ ଚେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ଟାଇଗର-୧୧ ଓ ପ୍ରାଇମ ଆଲ୍ଫା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଧୀରେନ୍ଦ୍ର ପ୍ରଧାନ ପରିଚାଳନାରେ ସହଯୋଗ କରିଥିବା ବେଳେ ବବୁଲ, ବିନୋଦ, ସିଦ୍ଧାନ୍ତ, ଚିଣ୍ଟୁ ,ପରମେଶ୍ୱର, ଆଦର୍ଶ, କାହ୍ନ। ସମେତ ଅନ୍ୟ କ୍ରୀଡାବିତ୍ ମାନେ ଉପସ୍ଥିତ ରହିବା ସହ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
