କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଗ୍ରାମରେ ୍େୱାରୀଗୁମା ରୁ ବରଗଡ଼ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ ଉପରେ ବୁଧବାର ଭୋର୍ ପ୍ରାୟ ୪ ଘଣ୍ଟା ସମୟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଦୁର୍ଘଟଣାରେ ୨ ଜଣ ଟ୍ରକ୍ ଚାଳକ ଙ୍କ ଜୀବନ ଚାଲିଯାଇଛି । ସୂଚନା ମୁତାବକ ବୁଧବାର ଭୋର ପ୍ରାୟ ୪ ଟା ସମୟରେ ୩ ଟି ଟ୍ରକ୍ କଳାହାଣ୍ଡି ଜିଲ୍ଲା ହାରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଏନ୍ ଏଚ ୨୬ ରାସ୍ତା କଡ଼ରେ ଥିବା ଅରିହନ୍ତ ରାଇସ ମିଲ କୁ ଧାନ ଖାଲି କରିବାକୁ ଆସିଥିଲେ । ଭୋର୍ ପାହାନ୍ତିଆ ସମୟ ଥିବାରୁ ଦୁଇ ଟ୍ରକ୍ ର ଦୁଇଜଣ ଡ଼୍ରାଇଭର ଗାଡ଼ିକୁ ରାସ୍ତା କଡ଼ରେ ରଖି ଶୌଚ ଯିବା ପାଇଁ ନିଜ ଟ୍ରକ୍ ର କଡ଼ରେ ଛିଡ଼ା ହୋଇଥିବା ବେଳେ ଲାଞ୍ଜିଗଡ ରୁ କେସିଙ୍ଗା ପଟେ ଯାଉଥିବା ଗାଡ଼ି ନଂ ଓଡ଼ି -୧୮ – ଏଲ ୭୮୮୮ ଏକ ମାଲ୍ ବୋଝେଇ କଣ୍ଟେନର ଦୃତ ଗତିରେ ଆସି ରାସ୍ତା କଡ଼ରେ ଥିବା ୩ ଟି ଟ୍ରକ୍ କୁ ଜୋର୍ ରେ ଧକ୍କା ଦେଇଥିଲା ଏବଂ ୨ ଟ୍ରକ୍ ଡ୍ରାଇଭର ଙ୍କୁ ପ୍ରାୟ ୫୦ ଫୁଟ୍ ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ସେହି ଦୁଇ ଡ଼୍ରାଇଭର ଙ୍କ ମୃତ୍ୟୁ ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସେହି କଣ୍ଟେନର ଏମିତି ହିସାବରେ ଦୁଇ ଡ଼୍ରାଇଭର ଙ୍କୁ ଘୋଷାଡି ମାରିଲା ଯେ ୨ ଡ଼୍ରାଇଭରଙ୍କ ଖଣ୍ଡ ବିଖଣ୍ଡ ଶରୀର ଦେଖି ଚିହ୍ନଟ କରିବା ସମ୍ଭବ ପର ହୋଇପାରୁନାହିଁ । ସୂଚନା ଅନୁଯାୟୀ ମୃତ ଦୁଇ ଡ୍ରାଇଭର ହେଲେ ଜଣେ କଲମପୁର ଥାନା ଚୁରାଗାଁ ଗ୍ରାମର ହିମାଂଶୁ ରାଉତ ଓ ଅନ୍ୟ ଜଣେ ଖରିଆର ଥାନା ବେହେଲଦା ଗ୍ରାମର କୁମରମଣି ବେହେରା ବୋଲି ଜଣାପଡିଛି। ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ କେସିଙ୍ଗା ପୋଲିସ ତୁରନ୍ତ ଆସି ମୃତ୍ୟୁ ହୋଇଥିବା ଦୁଇ ଡ଼୍ରାଇଭର ଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ପୋଲିସ ତାକୁ ଠାବ କରି ବର୍ତ୍ତମାନ କବୁ କରିଥିବା ସୂଚନା ମିଳିଛି । ଏଠାରେ ପ୍ରକାଶ ଥାଉ କି ବିଗତ ୬ ମାସ ମଧ୍ୟରେ ଉକ୍ତ ଜାତୀୟ ରାଜପଥ ୨୬ ରେ ଅନେକ ଦୁର୍ଘଟଣା ଘଟି ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ରାଜପଥ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
