କୁଜଙ୍ଗ: ଆଗକୁ ଆସୁଛି ଆଲୋକ ର ପର୍ବ ଦୀପାବଳି, ଧନ ଜୀବନ ର ସୁରକ୍ଷା କୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ଥିବା ବେଳେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଂଚଳ ରେ ବେଆଇନ ଭାବେ ଚାଲିଥିବା ବାଣ ନିର୍ମାଣ ଓ ବିକ୍ରୟ କେନ୍ଦ୍ର ଉପରେ କଡା ଆଭିମୁଖ୍ୟ ଗ୍ରହଣ କରୁଛି ପୋଲିସ ପ୍ରଶାସନ, ନିକଟରେ ତିର୍ତୋଲ ଅଂଚଳ ରେ ବେଆଇନ ବାଣ କାରବାର ଚଳାଇଥିବା ବ୍ୟକ୍ତି ଙ୍କ ଘରେ ଭୟାବହ ବିସ୍ଫୋରଣ ଘଟି ବାପ ପୁଅ ଙ୍କ ଜୀବନ ଯାଇଥିବା ବେଳେ ପୁଣି ଏକ ବିପୁଳ ପରିମାଣ ର ବାଣ ସାମଗ୍ରୀ ଜବତ କରିଛି ତିର୍ତୋଲ ପୋଲିସ, ପେଟି ପେଟିଘର ଭର୍ତ୍ତି ବାଣ କୁ ଦେଖି ଲୋକେ ଛାନିଆ, ଜନ ବସତି ଅଂଚଳ ରେ ବିନା ସୁରକ୍ଷା ରେ କିପରି ଏତେ ପରିମାଣ ର ବିସ୍ଫୋରକ ଗଛିତ ରହିଛି ତାହା କୌଣସି ବଡ ବିପଦ ଏଡାଇ ଦିଆ ଯାଇ ନ ପାରେ, ତିର୍ତୋଲ ଥାନା ଅନ୍ତର୍ଗତ ସଂରା ଛକ ରେ ଥିବା ଏକ ରଙ୍ଗ ଦୋକାନ ଓ ପୁଟିଙ୍ଗ ଗ୍ରାମ ରେ ଥିବା ଗୋଦାମ ଗୃହ ରୁ ପ୍ରାୟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ବେଆଇନ ବାଣ ଜବତ ହୋଇଛି, ଏହି କାରବାର ରେ ଲିପ୍ତ ଥିବା ତିନି ଜଣକୁ ଗିରଫ କରାଯାଇଥିବା ବେଳେ ଅଭିଯୁକ୍ତ ମାନେ ହେଲେ ରମେଶ ପୃଷ୍ଟି, ଅଭିଳାଷ ପୃଷ୍ଟି ଓ ଗଣେଶ ପୃଷ୍ଟି, ଚଢ଼ାଉ ସମୟ ରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ ଙ୍କ ସହ କନକ ପୁର ଫାଣ୍ଡି ଅଧିକାରୀ ବିଶ୍ୱଜିତ ଗଡ଼ ନାୟକ, ଅତିରିକ୍ତ ଥାନା ଅଧିକାରୀ, ତିର୍ତୋଲ ଅତିରିକ୍ତ ତହସିଲଦାର ଡ଼ ଗାର୍ଗୀ ବିଶ୍ୱାମିତ୍ର ଏକାଧିକ ପୋଲିସ ବଳ ସାମିଲ ଥିଲେ,ବେଆଇନ ଭାବେ ବିପୁଳ ପରିମାଣ ର ଗଛିତ ବାଣ ଦୀର୍ଘ ବର୍ଷ ଧରି କୌଣସି ସୁରକ୍ଷା ନ ଥାଇ ଜନ ବସତି ରେ କିପରି ଚାଲୁଥିଲା ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି, ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲା ଆରକ୍ଷୀ ଅଧିକାରୀ ଅଙ୍କିତ କୁମାର ବର୍ମା, କଡା ଆଭିମୁଖ୍ୟ ଗ୍ରହଣ କରିଥବା ସାମ୍ବାଦିକ ସମିଳନୀ ରେ ପ୍ରକାଶ କରିଛନ୍ତି,
