କଟକ: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ପ୍ରଭାବକୁ ଦୃଷ୍ଟିରେ ରଖିକେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣକରାଯାଇଛି। କେନ୍ଦ୍ରାଞ୍ଚଳ ପୁଲିସ ଅଧୀନରେ ଥିବା ସମସ୍ତ ସାତଟିଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀଆବଶ୍ୟକ ପଦକ୍ଷେପ ନେବାକୁ ଆଇଜିପି ଡ. ସତ୍ୟଜିତ ନାୟକଅନୁରୋଧ କରିଛନ୍ତି। ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂଜରୁରୀକାଳୀନ ସହାୟତା ଯୋଗାଇଦେବା ପାଇଁ ସାତଟି ଜିଲ୍ଲାରପୁଲିସ କଣ୍ଟ୍ରୋଲ ରୁମ୍ ସହିତ କଟକସ୍ଥିତ ଆଇଜିପିଙ୍କ କାର୍ଯ୍ୟାଳୟରକଣ୍ଟ୍ରୋଲ ରୁମ୍ ମଧ୍ୟ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିଛି। ଜନସାଧାରଣସରକାରୀ ପାଣିପାଗ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶାବଳୀକୁଅନୁସରଣ କରିବା ସହ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ ପ୍ରକ୍ରିୟାରେସହଯୋଗ କରିବାକୁ ଡ. ନାୟକ ପରାମର୍ଶ ଦେଇଛନ୍ତି। ଏଥିସହଜଳମଗ୍ନ ଅଞ୍ଚଳ, ନଦୀ, ପୋଖରୀ ଓ ଅନ୍ୟାନ୍ୟ ଜଳାଶୟ ନିକଟକୁନଯିବା ଏବଂ ସାମାଜିକ ଗଣମାଧ୍ୟମରେ ଗୁଜବ କିମ୍ବା ଅପ୍ରମାଣିତଖବର ପ୍ରଚାର ନକରିବାକୁ ସେ ନିବେଦନ କରିଛନ୍ତି। ଯେକୌଣସିଜରୁରୀକାଳୀନ ପରିସ୍ଥିତିରେ ୧୧୨ ନମ୍ବରକୁ ଫୋନ୍ କରି ସହାୟତାନେବାକୁ କୁହାଯାଇଛି। ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାପାଇଁ କେନ୍ଦ୍ରାଞ୍ଚଳ ପୁଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ପ୍ରତିବଦ୍ଧ ବୋଲି ଆଇଜିପିକହିଛନ୍ତି।
