ଆସିକା: ବନ୍ୟା ବିପତ୍ତି ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଦେଇଛି। ଦୀର୍ଘ ବର୍ଷ ପରେ ଋଷିକୁଲ୍ୟା ଓ ବଡ଼ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଆସିକା ସହର ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଆର୍ôଥକ କାରବାରର ପ୍ରମୁଖ ଭରସା ଭାରତୀୟ ଷ୍ଟେଟ୍? ବ୍ୟାଙ୍କ ମଧ୍ୟ ବନ୍ୟାଜଳରୁ ବର୍ତ୍ତି ପାରିନଥିଲା। ବନ୍ୟାଜଳ ବ୍ୟାଙ୍କ ପରିସର ଓ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବା ଯୋଗୁଁ ବ୍ୟାଙ୍କର ବିଭିନ୍ନ ସାମଗ୍ରୀ ଓ ଉପକରଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏହାର ପ୍ରଭାବରେ ବ୍ୟାଙ୍କର ନିୟମିତ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଫଳରେ ଟଙ୍କା ଉଠାଣ, ଜମା ଓ ଅନ୍ୟାନ୍ୟ ଆର୍ôଥକ କାରବାର ପାଇଁ ବ୍ୟାଙ୍କ ଉପରେ ନିର୍ଭରଶୀଳ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବନ୍ୟା ବିପତ୍ତିରୁ ସହର ଧୀରେ ଧୀରେ ମୁକୁଳୁଥିବା ବେଳେ ବ୍ୟାଙ୍କ ସେବା ସ୍ୱାଭାବିକ ହେବା ନେଇ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେବେ ଖୁବ୍ଶୀଘ୍ର ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ କରି ଗ୍ରାହକଙ୍କୁ ପୁନର୍ବାର ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ବନ୍ୟା ପରବର୍ତ୍ତୀ ସମୟରେ ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ସହ ଆର୍ôଥକ କାରବାରକୁ ଗତିଶୀଳ କରିବା ପାଇଁ ଆସିକା ଏସ୍?ବିଆଇରେ ବ୍ୟାଙ୍କ ସେବା ଶୀଘ୍ର ଆରମ୍ଭ ହେବା ଏବେ ଗ୍ରାହକଙ୍କ ମୁଖ୍ୟ ଆଶା ପାଲଟିଛି।
