ବାରିପଦା: ବାରିପଦା ଟ୍ରାଫିକ ଛକ ଠାରେ ବାରିପଦା ଟାଉନ କଂଗ୍ରେସ ତରଫରୁ ଦେଶ ବଚାଓ ଭୋଟ ବଚାଓ କାର୍ଯ୍ୟକ୍ରମ ଅବସର ରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାରିପଦା ଟାଉନ କଂଗ୍ରେସ ସଭାପତି ଏସ.କେ. ଇକବାଲ ଙ୍କ ଆହ୍ୱାନକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ଅରବିନ୍ଦ ଦାସ,କଂଗ୍ରେସ ଓବିସି ରାଜ୍ୟ ସମ୍ପାଦକ ସମରେଶ ପ୍ରଧାନ, କଂଗ୍ରେସ ଓବିସି ଜିଲ୍ଲା ଅଧ୍ୟକ୍ଷ ତାରାକାନ୍ତ ବେହେରା, କଂଗ୍ରେସ ଏସସି ସେଲ ଜିଲ୍ଲା ଅଧ୍ୟକ୍ଷ ସସ୍ମିତା ବେହେରା, ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାସ, ଡିସିସି ଉପସଭାପତି ଶିବାନନ୍ଦ ଦାସ, ଡିସିସି ଉପସଭାପତି ଦୀପକ ଦାସ, ଅଶୋକ ଅଧିକାରୀ, ସ୍ୱାଗନ ଦାସ, ଅଭିଷେକ ଯାଦବ, ୟାହେଦା ଅହମ୍ମଦ, ମହିଳା କଂଗ୍ରେସ ନେତ୍ରୀ ଫରିଦା ତବସୁମ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗଦେଇ କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ମାଧ୍ୟମରେ ଦେଶର ୧୩ କୋଟି ଲୋକଙ୍କ ନାମ ମତଦାତା ସୂଚୀରୁ ବାଦ ଦେଇ ଅପରାଧ କରିଛନ୍ତି ବୋଲି କହି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବୀ କରିଛନ୍ତି ।
