ବାଲିଗୁଡ଼ା: ଭାଇ ସାଜିଲା ବଇରୀ ।ଗାଁ ଦାଣ୍ଡ ରେ ସାନ ଭାଇ କୁ ହତ୍ୟା କଲା ବଡ଼ ଭାଇ ।ବଡ଼ ଭାଇ ର ଟାଙ୍ଗିଆ ଚୋଟ ରେ ସାନ ଭାଇ ମୃତ। ତୁମୁଡିବନ୍ଧ ଥାନା କଦମ ପଦର ଗାଁ ରୁ ଏପରି ଏକ ହତ୍ୟାକାଣ୍ଡ ସାମ୍ନା କୁ ଆସିଛି । ଜମିଜମା ବିବାଦ କୁ ନେଇ ବଚସା ପରେ ବଡ଼ ଭାଇ ଗାଉଁଟିଆ ପାତ୍ର ନିଜ ସାନ ଭାଇ ବୁଡୁ ପାତ୍ର କୁ ଟାଙ୍ଗିଆ ରେ ବେକ କୁ ଆକ୍ରମଣ କରିଥିଲେ।ତେବେ ବଡ଼ ଭାଇ ଗାଉଁଟିଆ ର ଆକ୍ରମଣ ରେ ସାନ ଭାଇ ବୁଡୁ ପାତ୍ର ଲହୁ ଲୁହାଣ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।ତେବେ ବାଉଁଶ ବୁଦା ଅକ୍ତିଆର ଓ ଜମିଜମା ବିବାଦ ଦୁଇ ଭାଇ ଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଲାଗିରହିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି । ତୁମୁଡିବନ୍ଧ ପୋଲିସ ଅଭିଯୁକ୍ତ ବଡ଼ ଭାଇ ଗାଉଁଟିଆ କୁ ଗିରଫ ଗିରଫ କରିବା ସହ ତା ଠାରୁ ହତ୍ୟାକାଣ୍ଡ ରେ ବ୍ୟବହୃତ ଟାଙ୍ଗିଆ କୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଛି।
