ବାରିପଦା: କରଞ୍ଜିଆ ବନଖଣ୍ଡ ଅଧୀନ ଦୁଧିଆଣୀ ରେଞ୍ଜର ଯଶିପୁର ନିକଟ ଏକତାଳି ଗ୍ରାମ ର ସାଧୁ ନାୟକ ନାମକ ଜଣେ ଛେଳି ଚରାଳି କୁ ଜଙ୍ଗଲରେ ବାଘ ମାରି ଖାଇ ଦେଇଥିବାର ଅଭିଯୋଗ ହୋଇଛି । ମୃତ ସାଧୁର ଦୁଇଟି ଖଣ୍ଡିଆ ଗୋଡ ଓ ପିନ୍ଧିଥିବା ଲୁଙ୍ଗି ଜଙ୍ଗଲରେ ପଡିଥିବାର ଦେଖାଦେଇଛି ।ଏକ ମହାବଳ ବାଘ ସାଧୁ କୁ ମାରି ଖାଇଥିବାର ଗ୍ରାମବାସୀ ମନେ ଅଭିଯୋଗ କରିଛନ୍ତି । ତେବେ ଆଜି ଘଟଣାସ୍ଥଳକୁ ବନାଞ୍ଚଳ ଅଧିକାରୀ ମହାବୀର ମୁର୍ମୁ, କରଞ୍ଜିଆ ଡି ଏଫ ଓ ଅଜୟ କୁମାର ସାହୁ, ଏସିଏଫ ପ୍ରଭାତ କୁଅଁର ଯଶିପୁର ବିଡ଼ିଓ ମାଧବ ସିଂ ବିରୁଆ, ଏସଟିଆରର ଉପ ନିର୍ଦେଶକ ଏବଂ ପୋଲିସ କର୍ମକର୍ତା ମନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି । ବାଘରର ପାଦ ଚି଼ହ୍ନ କିମ୍ବା ବାଘ ର ଉପସ୍ଥିତି ନେଇ ଘଟଣାର ସ୍ପଷ୍ଟ କରିନାହାନ୍ତି । ମୃତ ସାଧୁର ଖଣ୍ଡିଆ ଗୋଡ଼କୁ ଉଦ୍ଧାର କରି ଅଧିକ ତଦନ୍ତ ପାଇ ପଠାଯାଇଛି ।ଲୋକଙ୍କ ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ସାଧୁ ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲା । ସନ୍ଧ୍ୟା ପରେବି ସାଧୁ ଘରକୁ ଫେରି ନଥିଲା ।ଘର ଲୋକ ଖୋଜା ଖୋଜି କରିଥିଲେବି ସାଧୁ ର ସନ୍ଧାନ ମିଳି ନଥିଲା ।ଆଜି ସକାଳେ କିଛି ଲୋକ ଜଙ୍ଗଲ କୁ ଯାଇଥିବା ସମୟରେ ସାଧୁର ଖଣ୍ଡିଆ ଗୋଡ଼ ଓ ଲୁଙ୍ଗି ପଡିଥିବାର ଦେଖିଥିଲେ । ପାରିପାର୍ଶିିକ ଅବସ୍ଥାରୁ ମାଘ ମାରିଥିବାର ଗ୍ରାମବାସୀ ମନେ ଅଭିଯୋଗ କରିଛନ୍ତି ।
