ବାଲୁଗାଁ: ଦୀର୍ଘ ୭ ମାସ ପରେ ଦୁଇ ଜଣ ଚୋରକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ନାଭାଲ ଫାଣ୍ଡି ଅନ୍ତର୍ଗତ ଆଖୁପୋଖରା ଗ୍ରାମର ନିରୁପମା ମିଶ୍ର ନିକଟସ୍ଥ ଜଗନ୍ନାଥ ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଦେଇଥିବା ବେଳେ ଗତ ଅପ୍ରେଲ ୧ ତାରିଖରେ ଦୋକାନ ସାମଗ୍ରୀ ସହିତ ଟଙ୍କା ଚୋରି ହୋଇଥିବା ନେଇ ନାଭାଲ ଫାଣ୍ଡିରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ କେଶ ନଂ ୧୨୩/୨୬ ରେ ମାମଲା ରୁଜୁ କରି ନାଭାଲ ଫାଣ୍ଡି ଓ ବାଲୁଗାଁ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିଲା।ତେବେ ଶନିବାର ସନ୍ଧ୍ୟାରେ ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଥିବା କୌଣସି ସୂତ୍ରରୁ ଖବର ପାଇ ଦୁଇ ଜଣ ଅଭିଯୁକ୍ତଙ୍କ ନିକଟରୁ ଗ୍ୟାସ ସିଲିଣ୍ଡର ଓ କିଛି ସାମଗ୍ରୀ ଉଦ୍ଧାର ହୋଇଥିବା ବେଳେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରଦ୍ଧା ନାୟକ କହିଛନ୍ତି।ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲ୍ଲା ଚନ୍ଦ୍ରାପୁଟ ଗ୍ରାମର ଭାଗିରଥୀ ଦାସଙ୍କ ପୁଅ ରମେଶ ଦାସ ଓରଫ ଟିଟୁ (୨୨) ଓ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳର ବାବୁଲା ସ୍ୱାଇଁଙ୍କ ପୁଅ ଶୁଭମ ସ୍ୱାଇଁ ଓରଫ ଶୁଭ (୨୦)।
