Oplus_16908288
ନୀଳଗିରି: ଗତ ଅକ୍ଟୋବର ୨୮ତାରିଖ ନୀଳଗିରି ବାଲିଗୋହିରୀ ସ୍ଥିତ ଶ୍ରୀ ସତ୍ୟସାଇ ପେଟ୍ରୋଲ ପମ୍ପରେ ଟାଙ୍କି ଫାଟି ଜୈନିକ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଘଟଣାକୁ ଗୁରୁତ୍ୱଦେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ତୁରନ୍ତ ପେଟ୍ରୋଲ ପମ୍ପକୁ ସିଲକରିବାପାଇଁ ନିର୍ଦେଶ ଦେବାପରେ ସ୍ଥାନୀୟ ପ୍ରଶାସନ ସିଲ୍ କରିଥିଲେ। ଶନିବାର ଦିନ ପୁଣି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଗିରି ତହସିଲଦାର ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଶୁଭଶ୍ରୀ ଜେନା, ନୀଳଗିରି ଫାୟାର ଅଫିସର ହରିଶ୍ ନାଥ, ନୀଳଗିରି ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ, ସି.ଏସ୍.ଓ. ଓ ବିଦ୍ୟୁତ ବିଭାଗର ଏସ.ଡି.ଓ. ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ ପ୍ରମୁଖ ପେଟ୍ରୋଲ ପମ୍ପରେ ପହଞ୍ଚି ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରେ ପେଟ୍ରୋଲ ପମ୍ପର ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, କଣକଣ କ୍ଷୟକ୍ଷତି ହୋଇଛି ଏହାଉପରେ ତଦନ୍ତ କରାଯାଇଥିବାର ତହସିଲଦାର ଦାୟିତ୍ୱରେ ଥିବା ଶୁଭଶ୍ରୀ ଜେନା ପ୍ରକାଶକରିବା ସହ ବିଦ୍ୟୁତବିଭାଗ ମଧ୍ୟ ସଠିକ୍ ଭାବରେ ବିଦ୍ୟୁତ୍ ସଂଯୋଗୀକରଣ କରିଥିଲେ କି ନାହିଁ ତାଉପରେ ତଦନ୍ତ କରିଥିଲେ। ଏସବୁ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାବାଦ୍ ସାକ୍ଷୀ କର୍ମଚାରୀ, ପେଟ୍ରୋଲ ପମ୍ପର ଅଧିକାରୀ, ଏଚପିସିଏଲ୍ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି। କାହା ଇସାରାରେ ସେଠାରେ ପୁରୁଣାଟାଙ୍କି କଟାଯାଉଥିଲା ତାହା ତଦନ୍ତ ପରିସରଭୁକ୍ତ ହୋଇଥିବା ବେଳେ ପରସ୍ପର ପରସ୍ପର ଉପରେ ଦୋଷ ଲଦିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଏହା ଅନଅଥରାଇଜଡ୍ କହିଥିବା ବେଳେ ଏଥିରେ କମ୍ପାନୀର ଭୁଲ୍ ନଥିବା କହିଛନ୍ତି। ଅନୁରୂପଭାବେ ପେଟ୍ରୋଲପମ୍ପ କତୃପକ୍ଷ ଏଥିରେ ତାଙ୍କର ଭୂମିକାନଥିବା ସଫେଇ ଦେଇଛନ୍ତି। ତେବେ କମ୍ପାନୀ ଦ୍ୱାରା ନିଯୁକ୍ତ ଠିକାସଂସ୍ଥାର ସୁପରଭାଇଜର ଅଭୟ ମହାନ୍ତ ଘଟଣାପରେ ଫେରାରଥିବା ଜଣାପଡିଛି।
