ପୁରୀ: ସୁରଜମଲ୍ଲ ସାହା କଲେଜ ସଭାଗୃହରେ ଶନିବାର ଅପରାହ୍ନରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ଅଧ୍ୟକ୍ଷ ଧନୁର୍ଦ୍ଧର ମୁଦୁଲି ସଭାରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ପିଅନ କରୁଣାକର ମହାପାତ୍ର ୩୭ ବର୍ଷ କାଳ ନିଷ୍ଠା ଓ ସଚ୍ଚୋଟତା ସହ କାର୍ଯ୍ଯରତ ରହି ଶନିବାର କଲେଜରେ ଅବସର ଗ୍ରହଣ କରିଥିଲେ । ତାଙ୍କର ମିଷ୍ଟଭାଷୀ କଥା ଓ କର୍ତ୍ତବ୍ୟନିଷ୍ଠ ଦୁଃସାହସିକ କାର୍ଯ୍ୟ ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ । ଏହି ସଭାରେ ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ପଟ୍ଟନାୟକ, ମୁଖ୍ଯ କିରାଣୀ ରବିନାରାୟଣ ସ୍ୱାଇଁ ଉପସ୍ଥିତ ରହି କରୁଣାକରଙ୍କ ଗୁଣଗାନ କରିଥିଲେ ।

ସୀତାକାନ୍ତ ଶତପଥୀ, ପର୍ଶୁରାମ ପ୍ରଧାନ, ଦୁର୍ଗା ପ୍ରସାଦ ଶ୍ରୀଚନ୍ଦନ, ଅଜିତ କୁମାର ଦଳାଇ ପ୍ରମୁଖ କରୁଣାକର ଜଣେ ସରଳ ଓ ସମୟସାପେକ୍ଷ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟ କରିଥିବା ଓ ସମସ୍ତ ବିଭାଗରେ ସହଯୋଗ କରିବା ସହ ସମସ୍ତ କର୍ମଚାରୀଙ୍କ ପ୍ରିୟ ହୋଇଥିଲେ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଅତିଥିମାନଙ୍କ ଦ୍ୱାରା କରୁଣାକରଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ ସହ ଉପହାର ପ୍ରଦାନ କରିଥିଲେ । କରୁଣାକରଙ୍କ ୩୭ ବର୍ଷ କାଳ କାମକରି ଆଜି ବିଦାୟ ନେଉଥିବାରୁ ସମସ୍ତଙ୍କ ଆଖିରେ ଲୁହ ଆସିଥିଲା । ତାଙ୍କ କାର୍ଯ୍ଯରତ ଜୀବନରେ ସମସ୍ତଙ୍କ ପାଇଁ କାମ କରି ମଧ୍ଯ ଥକି ନଥିଲେ । କଲେଜ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
