ବାଲିଗୁଡା: ନିଜ ଘର ଛାତ ରେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣ ରେ ଚାଲିଗଲା ଯୁବକ ଙ୍କ ଜୀବନ: ମହୁମାଛି ଆକ୍ରମଣ ରେ ଅକାଳ ରେ ଚାଲିଗଲା ଯୁବକ ଙ୍କ ଅମୁଲ୍ୟ ଜୀବନ ।ବାଲିଗୁଡା ସହର ର ଖଜୁରୀନାଳ ସାହି ରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ବାଲିଗୁଡା ଖଜୁରୀନାଳ ସାହିର ବି. ମହେଶ୍ୱର ଦୋରା । ସୂଚନା ଅନୁଯାୟୀ ବି. ମହେଶ୍ୱର ଦୋରା ଙ୍କ ୍ୱାସଗୃହ ଛାତ ରେ ପାଞ୍ଚ ବର୍ଷ ହେବ ମହୁମାଛି ବସା ବାନ୍ଧି ଆସିଛି। ତେବେ ଆଜି ସକାଳୁ ମୃତକ ସାଙ୍ଗସାଥି ଙ୍କ ସହ ଖେଳ ସାରି ଘର ଭିତରେ ପଶିଲା ବେଳେ ନିଜ ଛାତ ଉପରେ ଥିବା ମହୁମାଛି ଗୋଡ଼ାଇ ଆକ୍ରମଣ କରିଥିଲେ ।

ତେବେ ମହୁମାଛି ଆକ୍ରମଣ ରେ ଲହୁଲୁହାଣ ହୋଇ ବି. ମହେଶ୍ୱର ଚିତ୍କାର କରିବା ସହ ଚେତା ହରାଇ ବସିଥିଲେ । ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବାଲିଗୁଡା ମେଡିକାଲ କୁ ଆଣିଥିଲେ।କିନ୍ତୁ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।ତେବେ ପୂର୍ବରୁ ମଧ୍ୟ ଖଜୁରୀନାଳ ସାହି ର ବାସିନ୍ଦା ଙ୍କୁ ମହୁମାଛି ଆକ୍ରମଣ କରିବା ପରେ ସେମାନେ ନିଜ ଛାତ ରେ ଥିବା ମହୁମାଛି କୁ ହଟାଇବା ପାଇଁ କହି ଆସୁଥିଲେ । କିନ୍ତୁ ଆଜି ନିଜ ଛାତ ରେ ବସା ବାନ୍ଧିଥିବା ସେହି ମହୁମାଛି ହିଁ ସେହି ଘର ର ଯୁବକ ଙ୍କ ଜୀବନ ନେଇ ଯାଇଛି କ୍ଷ ତେବେ ଆଗକୁ ଆଉ କିଛି ଅଘଟଣ ଘଟିବା ପୂର୍ବରୁ ହିଁ ସେହି ଘର ଛାତ ରେ ଥିବା ମହୁମାଛି ହଟାଇବା ଅତି ଆବଶ୍ୟକ ହୋଇ ପଡିଛି ।
