ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ୍ୱସ ଷ୍ଟାଣ୍ଡ ରେ ରବିବାର ଦିନ ରଞ୍ଜିତା ୍ୱସ ପାଶେଞ୍ଜର ନେବା ସମୟରେ ଡ୍ରାଇଭର କୁ ଗାଳିଗୁଲଜ ଏବଂ ମାଲିକ ଙ୍କୁ ମାଡ଼ ମାରିବା ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଗାଡି ନମ୍ବର(ଓଡ଼ି-୦୯-ଏ-୯୨୭୭) ଥିବା ରଞ୍ଜିତା ୍ୱସ ଟି ର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା(ରାଇକଳା)ଠାରୁ କୋଇଡା ବ୍ଲକ ଅନ୍ତର୍ଗତ ରେଂଜେଡା ଗ୍ରାମ କୁ ଚାଲିବା ନେଇ ସ୍ଥାୟୀ ପରମିଟ ଅଛି।ତେବେ ୍ୱସ ଟି ପ୍ରତ୍ୟକ ଦିନ ପରି ରେଂଜେଡା ଗ୍ରାମରୁ ହାଣ୍ଡିଭଙ୍ଗା ଅଭିମୁଖେ ଯାତ୍ରୀ ଙ୍କୁ ନେଇ ଯାଉଥିବା ବେଳେ ଯୋଡ଼ା ୍ୱସ ଷ୍ଟାଣ୍ଡ ରେ ପ୍ରାୟ ଧାର୍ଯ୍ୟ ସମୟ ୩.୩୦ ଘଟିକା ସମୟରେ ଛାଡୁଥିବା ବେଳେ ବସଷ୍ଟାଣ୍ଡ ହକର ଶ୍ରୀଖର ଗୋପ,ଗୋପୀନାଥ ସେଠି ଏବଂ ମନରଞ୍ଜନ ଭଞ୍ଜଦେଓ(ଟିନୁ) ଙ୍କ ସହିତ କିଛି ସାଥି ଯୁବକ ଗାଡିକୁ ଅଟକ ରଖି ଡ୍ରାଇଭର କୁ ଗାଳିଗୁଲଜ କରି ଗାଡ଼ିରୁ ଓହ୍ଲାଇ ଦେଇଥିଲେ।

ତେବେ ଗାଡି ମାଲିକ ଦୀପକ କୁମାର ମହାନ୍ତ ୍ୱସ ଷ୍ଟାଣ୍ଡ ରୁ ଯାତ୍ରୀ ଙ୍କୁ ନେଇ ୍ୱସ ଟିକୁ ବଢ଼େଇବା ବେଳେ ଶ୍ରୀଖର, ଗୋପୀନାଥ ଏବଂ ମନରଞ୍ଜନ ଙ୍କ ସହିତ କିଛି ଯୁବକ ଦୀପକ ଙ୍କୁ ମାଡ଼ ମାରି ସାର୍ଟ ଫାଡି ହାତ ପାପୁଲି ଫାକଚର୍ କରିବା ସହିତ ଗାଡି କୁ ଭଙ୍ଗା ରୁଜା କରିଥିଲେ। କେହି ୧୧୨ କୁ ଫୋନ୍ କରି କହିବାରୁ ସେଠାରେ ତୁରନ୍ତ ପୋଲିସ ପହଞ୍ଚି ଯିବାରୁ ଯୁବକ ମାନେ ଦୋଉଡ଼ି ପଳାଇଥିଲେ, ଯୋଡ଼ା ପୋଲିସ ର ହସ୍ତକ୍ଷେପ ପରେ ଗାଡ଼ି କିଛି ସମୟ ବିଳମ୍ବ ରେ ପାସେଞ୍ଜର ଙ୍କୁ ନେଇ ଯୋଡାରୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣା ପଡ଼ିଛି। ତେବେ ଏ ନେଇ ଦୀପକ ଥାନରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଓ ବିଭିର୍ନ ଭିଡ଼ିଓ ଏବଂ ପାରିପାର୍ଶିକ ଅବସ୍ତା ଯାଞ୍ଚ ଆରମ୍ଭ କରିଥିବା ଜଣାପଡ଼ିଛି।
