ବାରିପଦା; ବାରିପଦା ଇନରହ୍ୱିଲ କ୍ଲବ ତରଫରୁ ଦେବେନ୍ଦ୍ରପୁର ଆର୍ଡିଏସି ବରିଷ୍ଠ ନାଗିରିକ ନିବାସ ଠାରେ ସଭାପତି ସୁପ୍ରୀତି ଦଳବେହେରାଙ୍କ ତତ୍ୱାବଧାନରେ ଏକ ଚକ୍ଷୁ ପରୀକ୍ଷଣ ଶିବିର ଗତ ରବିବାର ୨୫ ତାରିଖ ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି। ଜୀବନଦୀପ ହସପିଟାଲର ସହଭାଗିତାରେ ଆୟୋଜିତ ଉକ୍ତ ପରୀକ୍ଷଣ ଶିବିରକୁ ଚକ୍ଷୁ ବିଶେଷଜ୍ଞ ଡା. ରଞ୍ଜୁଲତା ମହାନ୍ତି ତଥା ତାଙ୍କ ସହଯୋଗୀମାନେ ପରିଚାଳନା କରିଥିଲେ। ଏହି ଶିବରରେ ୪୫ ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରାଯାଇ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା।

ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ଅବସରରେ କ୍ଲବର ସଦସ୍ୟା ସଂଯୁକ୍ତା ଚାନ୍ଦ, ପ୍ରଣତି ଦାସ, ସୁସ୍ମିତା ଘୋଷାଲ, ଦୀପିକା ମହାନ୍ତି, ସ୍ୱପ୍ନା ଦାଶ, ଲୁସି ରଣା, ପ୍ରିୟଦର୍ଶିନୀ ପଟ୍ଟନାୟକ, ମମତା ମହାନ୍ତି, ନିର୍ବାଚିତା ସାହୁ ପ୍ରମୁଖଙ୍କ ପରିଚାଳନାରେ ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
