ବାତ୍ୟା “ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଆନ୍ଧ୍ର ଓ ଓଡ଼ିଶାରେ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜୋରଦାର ପ୍ରସ୍ତୁତି
ନୂଆଦିଲ୍ଲୀ: ବୁଧବାର ଭୋର ସମୟରେ ବିଶାଖାପାଟଣା ନିକଟରେ ଅତ୍ୟନ୍ତ ଭୀଷଣ ବାତ୍ୟା “ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବାକୁ ଥିବାରୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପ୍ରାୟ ୪,୦୦୦ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିଛନ୍ତି ଏବଂ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏହା ସହିତ, ରେଳବାଇ ପକ୍ଷରୁ ଏହି ଅଞ୍ଚଳରେ ଅତିକମରେ ୫୦ଟି ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ମଙ୍ଗଳବାର ଦିନ ବିଜୟୱାଡ଼ା ଓ ବିଶାଖାପାଟଣା ବିମାନବନ୍ଦରରେ ଅତିକମରେ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି, ଯାହା ଫଳରେ ଚେନ୍ନାଇ, ବେଙ୍ଗାଲୁରୁ, ବିଶାଖାପାଟଣା ଓ କଡ଼ପାକୁ ସଂଯୋଗ କରୁଥିବା ବିମାନ ସେବା ପ୍ରଭାବିତ ହୋଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ପାଇଁ ବିଜୟୱାଡ଼ା ବିମାନବନ୍ଦରରେ ୧୫ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଏହି ବାତ୍ୟା ଅଧିକ ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଏବଂ ଅକ୍ଟୋବର ୨୮ ତାରିଖ ଭୋର ୨ଟାରୁ ୪ଟା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହି ବାତ୍ୟା ବିଶାଖାପାଟଣାର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୭୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶର ମଛଲିପାଟଣାର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ରହିପାରେ ଏବଂ କେତେକ ସ୍ଥାନରେ ପବନର ଝଟକା ଘଣ୍ଟା ପ୍ରତି ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ଉଭୟ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କୁ ସଜାଗ (ଷ୍ଟାଣ୍ଡବାଏ) ରଖିଛନ୍ତି ଏବଂ ଅନେକ ରାସ୍ତାରେ ଯାତାୟାତ ଉପରେ କଟକଣା ଲାଗୁ କରିଛନ୍ତି। ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ୨୦ଟି ଜିଲ୍ଲାରେ ୨,୧୩୧ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିଛନ୍ତି। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇପାରୁଥିବା ଅଞ୍ଚଳଗ ମଙ୍ଗଳବାର, ଅକ୍ଟୋବର ୨୭, ୨୦୨୬ ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଉପକୂଳରେ ଉଚ୍ଚ ଜୁଆର ଲହରୀ ଆସି ପହଞ୍ଚିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ “ଅର୍ଣ୍ଣବ’ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ଅଧିକାରୀମାନେ କହିଛନ୍ତି ଯେ, ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ସରକାର ୧,୩୫୧ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଏହା ବ୍ୟତୀତ, ୧୪,୬୮୬ଟି ରାସନ ଦୋକାନରେ ଦୁଇ ମାସ ପାଇଁ ଆବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖାଯାଇଛି ଏବଂ ୨.୭୦ କୋଟି ଲୋକଙ୍କ ମୋବାଇଲ୍ ଫୋନ୍କୁ ବାତ୍ୟା ସମ୍ବନ୍ଧୀୟ ସତର୍କ ସୂଚନା ପଠାଯାଉଛି। ଆନ୍ଧ୍ରପ୍ରଦେଶ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଶ୍ରୀକାକୁଲମ୍ ଜିଲ୍ଲାରେ ପ୍ରବଳ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ବିଶାଖାପାଟଣା ଏବଂ କାକିନାଡାରେ ପୂର୍ବରୁ ହିଁ ଜୋରରେ ପବନ ବହିବା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରିଲିଫ୍ କ୍ୟାମ୍ପଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯାଉ ଏବଂ ବାତ୍ୟା ଯୋଗୁଁ ହେଉଥିବା କ୍ଷୟକ୍ଷତିକୁ ଯଥାସମ୍ଭବ କମ୍ କରାଯାଉ। ଅଧିକାରୀମାନେ କହିଛନ୍ତି ଯେ, ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଭାରତୀୟ ରେଳବାଇ ପ୍ରାୟ ୬୦୦ କିଲୋମିଟର ରେଳ ଟ୍ରାକ୍? ଉପରେ କଡ଼ା ନଜର ରଖିଛି। ଏଥିପାଇଁ ସୁରକ୍ଷା ନିୟମାବଳୀ ଲାଗୁ କରାଯିବା ସହ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ପ୍ରସ୍ତୁତି ରଖାଯାଇଛି। ୨୪ ଘଣ୍ଟିଆ ନଜର ରଖିବା ପାଇଁ ଜୋନାଲ୍, ଡିଭିଜନାଲ୍ ଏବଂ ରେଳ ବୋର୍ଡ ସ୍ତରରେ “ୱାର୍ ରୁମ୍’ (ନିୟନ୍ତ୍ରଣ କକ୍ଷ) ସକ୍ରିୟ କରାଯାଇଛି। ଦକ୍ଷିଣ ଉପକୂଳ ରେଳବାଇ ବୁଧବାର ଦିନ ଚଳାଚଳ କରିବାକୁ ଥିବା ୨୪ଟି ଟ୍ରେନ୍କୁ ବାତିଲ କରିଥିବା ବେଳେ, ପୂର୍ବ ଉପକୂଳ ରେଳ ମଙ୍ଗଳବାର, ଅକ୍ଟୋବର ୨୭, ୨୦୨୬ ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଉଚ୍ଚ ଜୁଆର ତଟବର୍ତ୍ତୀ ଅଞ୍ଚଳରେ ଆଘାତ କରିଛି। ମଙ୍ଗଳବାର, ଅକ୍ଟୋବର ୨୭, ୨୦୨୬ ରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ ଉଚ୍ଚ ଜୁଆର ତଟବର୍ତ୍ତୀ ଅଞ୍ଚଳରେ ଆଘାତ କରିଛି। ଦକ୍ଷିଣ ଓଡ଼ିଶାରେ “ଅର୍ଣ୍ଣବ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, ମୁଖ୍ୟମନ୍ତ୍ରୀ ମାଝୀ ଉପ-ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ୮ଟି ଜିଲ୍ଲାକୁ ଦାୟିତ୍ୱ ଦେଇ ପଠାଇଛନ୍ତି। ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି ଏବଂ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୬ଟି ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ରାଜସ୍ୱ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୪୮,୦୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୩୦,୦୦୦ରୁ ଅଧିକ ଲୋକଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇସାରିଛି। ସମୁଦ୍ର ବେଳାଭୂମିକୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପି. ପାଟିଲ କହିଛନ୍ତି ଯେ, ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ଆଣି ରଖିବା ପାଇଁ ୧୩୫ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ପ୍ରାୟ ୧,୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ମୋଟ ୨୯୪ଟି ଉଦ୍ଧାରକାରୀ ଦଳ ମୁତୟନ କରିଛନ୍ତି; ଯେଉଁଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଘଊଜୠ) ର ୯ଟି ଦଳ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୬୦ଟି ଦଳ ଏବଂ ଅଗ୍ନିଶମ ସେବାର ୨୨୫ଟି ଦଳ ସାମିଲ ଅଛନ୍ତି। ସରକାର “ଶୂନ୍ୟ ମୃତ୍ୟୁହାର’ (ଚ୍ଛରକ୍ସକ୍ଟ ମବଗ୍ଦଙ୍କବକ୍ଷଗ୍ଧଚ୍ଚ) ଲକ୍ଷ୍ୟ ସ୍ଥିର କରିଛନ୍ତି ବୋଲି ଦର୍ଶାଇ ପାଟିଲ କହିଛନ୍ତି ଯେ, ଜୀବନ ଓ ସମ୍ପତ୍ତି ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ଥିବା ନଦୀଗୁଡ଼ିକର ଉପରମୁଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ଓଡ଼ିଶାର ପଶ୍ଚିମ ଓ ଉତ୍ତର ଭାଗରେ ହଠାତ୍ ବନ୍ୟା ଏବଂ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ। ଆସୁଥିବା ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ, ଧାମରା ଏବଂ ଗୋପାଳପୁର ସମେତ ଓଡ଼ିଶାର ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟ ନିଜର ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି। ଏହି ଅତ୍ୟନ୍ତ ଭୀଷଣ ବାତ୍ୟା ପ୍ରଭାବରେ ଅପରାହ୍ନରେ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦକ୍ଷିଣ ୨୪ ପରଗନା ଏବଂ ପୂର୍ବ ମେଦିନୀପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଝାରଗ୍ରାମ, ପଶ୍ଚିମ ମେଦିନୀପୁର, ହାୱଡ଼ା ଏବଂ କୋଲକାତାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ମଧ୍ୟରେ ଦକ୍ଷିଣ ୨୪ ପରଗନା, ପୂର୍ବ ଓ ପଶ୍ଚିମ ମେଦିନୀପୁର, ଝାରଗ୍ରାମ, ପୁରୁଲିଆ, ବାଙ୍କୁରା ଏବଂ ପଶ୍ଚିମ ବର୍ଦ୍ଧମାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି କୋଲକାତାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଏହା ବ୍ୟତୀତ, ଉପ-ହିମାଳୟ ଅଞ୍ଚଳ ଅନ୍ତର୍ଗତ ଦାର୍ଜିଲିଂ, କାଲିମପୋଙ୍ଗ, ଅଲିପୁରଦୁଆର ଏବଂ ଜଲପାଇଗୁଡ଼ିରେ ଅକ୍ଟୋବର ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ, ବର୍ଷା ସମ୍ବନ୍ଧୀୟ ସତର୍କତା ଜାରି କରାଯିବା ପରେ ରାଞ୍ଚି ଜିଲ୍ଲା ପ୍ରଶାସନ ଅକ୍ଟୋବର ୨୮ ଏବଂ ୨୯ ତାରିଖରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଅକ୍ଟୋବର ୨୮ ତାରିଖ ସକାଳ ୮.୩୦ଟାରୁ ଆରମ୍ଭ ହୋଇ ୨୪ ଘଣ୍ଟା ପାଇଁ ରାଞ୍ଚି, ଖୁଣ୍ଟି, ସିମଡେଗା, ଗୁମଲା, ଲୋହାରଡାଗା, ସରାଇକେଲା-ଖରସାୱାନ ତଥା ପୂର୍ବ ଓ ପଶ୍ଚିମ ସିଂହଭୂମି ପାଇଁ ପ୍ରବଳ ବର୍ଷା ନେଇ ଏକ “ୟେଲୋ’ ସତର୍କତା ଜାରି କରାଯାଇଛି। ଏହା ସହିତ ଝଡ଼-ତୋଫାନ, ବିଜୁଳି ଏବଂ ଜୋରଦାର ପବନ ବହିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି।
