ପୁରୀ: ତିନୋଟି ଯାକ ହବିଷ୍ୟାଳୀ କେନ୍ଦ୍ର ଗତକାଲି ଠାରୁ ଚଳଚଂଚଳ ହୋଇ ଉଠିଛି।ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରି ଯୋଗ୍ୟ ତାଲିକା ଭୁକ୍ତ ହୋଇଥିବା ମାଆ ମାନେ ୨୫ ତାରିଖରେ ବିଭିନ୍ନ ଜିଲ୍ଲା ରୁ ଆସି ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ପଞ୍ଜିକୃତ ହୋଇ, ହବିଷ୍ୟାଳୀ ପରିଚୟ ପତ୍ର ସଂଗ୍ରହ କରି ନିଜ ନିଜ ରୁମରେ ରହିଥିଲେ।ଗତକାଲି ସଂକଳ୍ପ କରି ବ୍ରତ ଆରମ୍ଭ କରିଥିବା ମାଆ ମାନେ ବୃନ୍ଦାବତୀ ପୂଜା ପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ସଂଧ୍ୟାରେ ମହାପ୍ରସାଦ ସେବନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଅପରପକ୍ଷରେ ଅଣ ପଞ୍ଜିକୃତ ମାଆ ଯେଉଁ ମାନେ ପ୍ରଥମ ଦିନରୁ ଆସିଥିଲେ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସେମାନ ଙ୍କୁ ରଖାଯାଇଥିଲା, ସେମାନ ଙ୍କୁ କ୍ଷମତା ଅନୁସାରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ରେ ରଖାଯାଇଥିଲା।ଏହା ସହ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କେନ୍ଦ୍ର ର ସଂପୂର୍ଣ୍ଣ ପଞ୍ଜିକରଣ ଅନଲାଇନ ଓ ଅଫଲାଇନରେ ପୂର୍ଣ୍ଣାଙ୍ଗ ହୋଇ ସାରିଛି ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।ହବିଷ୍ୟାଳୀ ମାଆ ମାନେ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଏହି ହବିଷ୍ୟାଳୀ କେନ୍ଦ୍ର ମାନଙ୍କ ରେ ରହିବେ ଓ ବ୍ରତ ପାଳନ କରିବେ।ସେମାନଙ୍କ ସୁରକ୍ଷା, ଶୃଙ୍ଖଳା ଓ ସୁବିଧା ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି।
