ନୂଆଦିଲ୍ଲୀ: ବ୍ରିକ୍ସ ସଂସଦୀୟ ଫୋରମର ଦୁଇ ଦିନିଆ ସମ୍ମିଳନୀରେ ମଙ୍ଗଳବାର ଦିନ ଏକ ମିଳିତ ଘୋଷଣାନାମା ଗୃହୀତ ହୋଇଛି। ଏଥିରେ ୨୦୨୫ ମସିହାର ପହଲଗାମ ଆକ୍ରମଣ ଏବଂ ସମସ୍ତ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହ ଆତଙ୍କବାଦର ସମସ୍ତ ରୂପ ଓ ପ୍ରକାରକୁ ମୁକାବିଲା କରିବା ପାଇଁ ସଂକଳ୍ପ ନିଆଯାଇଛି ଏବଂ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ଘୋଷିତ ଏହି ମିଳିତ ଘୋଷଣାନାମାରେ ଏକପାଖିଆ ଅର୍ଥନୈତିକ ଏବଂ ଗୌଣ କଟକଣା ଲଗାଇବାକୁ ମଧ୍ୟ ନିନ୍ଦା କରାଯାଇଛି। ଏଥିରେ କୁହାଯାଇଛି ଯେ, ଏଭଳି ବାଧ୍ୟତାମୂଳକ ପଦକ୍ଷେପଗୁଡ଼ିକ ମାନବାଧିକାର ଉପରେ ସୁଦୂରପ୍ରସାରୀ ନକାରାତ୍ମକ ପ୍ରଭାବ ପକାଇଥାଏ, ଯେଉଁଥିରେ ବିକାଶର ଅଧିକାର, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା ଭଳି ବିଷୟ ଅନ୍ତର୍ଭୁକ୍ତ। ବ୍ରିକ୍ସ ସଂସଦୀୟ ଫୋରମ୍ ମିଳିତ ଜାତିସଂଘ ଏବଂ ଏହାର ସୁରକ୍ଷା ପରିଷଦରେ ବ୍ୟାପକ ସଂସ୍କାର ଆଣିବାକୁ ସମର୍ଥନ ଜଣାଇଛି। ଏହି ସଂସ୍କାର ମାଧ୍ୟମରେ ସଂସ୍ଥାଟି ଅଧିକ ନ୍ୟାୟସଙ୍ଗତ, ସମାନତାଯୁକ୍ତ, ଗଣତାନ୍ତ୍ରିକ, ପ୍ରତିନିଧିତ୍ୱମୂଳକ, ପ୍ରଭାବଶାଳୀ ଏବଂ ଦକ୍ଷ ହେବା ଉଚିତ୍, ଯାହା ବର୍ତ୍ତମାନର ବାସ୍ତବତା ଏବଂ ଅନ୍ତର୍ଜାତୀୟ ସମ୍ପ୍ରଦାୟର ଆବଶ୍ୟକତାକୁ ଉତ୍ତମ ଭାବରେ ପ୍ରତିଫଳିତ କରିପାରିବ। ଘୋଷଣାନାମାରେ କୁହାଯାଇଛି, “ଆମେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଅପରାଧିକ ଏବଂ ଅନ୍ୟାୟ ବୋଲି ବିବେଚନା କରି ଦୃଢ଼ ନିନ୍ଦା କରୁଛୁ; ଏହାର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, କିମ୍ବା ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଉ ନା କାହିଁକି। ଆମେ ୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରୁଛୁ, ଯେଉଁଥିରେ ୨୬ ଆର ଏଥିରେ କୁହାଯାଇଛି, ‘ଆତଙ୍କବାଦ ମୁକାବିଲାରେ ରାଷ୍ଟ୍ରଗୁଡ଼ିକର ମୁଖ୍ୟ ଦାୟିତ୍ୱ ରହିଛି ବୋଲି ଆମେ ଗୁରୁତ୍ୱ ଦେଉଛୁ। ଆତଙ୍କବାଦୀ ବିପଦକୁ ରୋକିବା ଏବଂ ମୁକାବିଲା କରିବା ପାଇଁ କରାଯାଉଥିବା ବିଶ୍ୱସ୍ତରୀୟ ପ୍ରୟାସଗୁଡ଼ିକ, ମିଳିତ ଜାତିସଂଘ ଚାର୍ଟର ସମେତ ଅନ୍ତର୍ଜାତୀୟ ଆଇନ ଅଧୀନରେ ଥିବା ଦାୟିତ୍ୱଗୁଡ଼ିକର ସମ୍ପୂର୍ଣ୍ଣ ପାଳନ କରିବା ଆବଶ୍ୟକ।”ଏହି ମଞ୍ଚ (ଫୋରମ୍) ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ଗଭୀର କରିବାକୁ ଆଶା ପ୍ରକଟ କରିଛି। ଏହା ସହିତ, ମିଳିତ ଜାତିସଂଘର ଢାଞ୍ଚା ମଧ୍ୟରେ “ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀ’କୁ ଶୀଘ୍ର ଚୂଡ଼ାନ୍ତ କରି ଗ୍ରହଣ କରିବାକୁ ଏବଂ ମିଳିତ ଜାତିସଂଘ ଦ୍ୱାରା ଚିହ୍ନିତ ସମସ୍ତ ଆତଙ୍କବାଦୀ ଓ ଆତଙ୍କବାଦୀ ସଂଗଠନ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛି। ଏଥିରେ କୁହାଯାଇଛି, “ଆମେ ସାର୍ବଭୌମ ସମାନତା, ପାରସ୍ପରିକ ସମ୍ମାନ, ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଏବଂ ଅନ୍ତର୍ଜାତୀୟ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଭଳି ନୀତିଗୁଡ଼ିକ ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରୁଛୁ। ମିଳିତ ଜାତିସଂଘ ଚାର୍ଟରରେ ଅନ୍ତର୍ଭୁକ୍ତ ଏହି ନୀତିଗୁଡ଼ିକ ବିଶ୍ୱ ସ୍ଥିରତା, ଶାନ୍ତି ଏବଂ ବିକାଶ ପାଇଁ ଅତ୍ୟାବଶ୍ୟକ ଆଧାର ଅଟେ।’ ଏହି ମଞ୍ଚ ଇସ୍ରାଏଲ-ଫାଲେଷ୍ଟାଇନ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିଜର ଦୃଢ଼ ସମର୍ଥନ ପୁନଃ ବ୍ୟକ୍ତ କରିଛି। ଏହି ସମାଧାନ “ଦୁଇ-ରାଷ୍ଟ୍ର ସିଦ୍ଧାନ୍ତ’ ଉପରେ ଆଧାରିତ ହେବା ଉଚିତ୍, ଯେଉଁଠାରେ ଉଭୟ ରାଷ୍ଟ୍ର ଆନ୍ତର୍ଜାତୀୟ ଆଇନ ଏବଂ ମିଳିତ ଜାତିସଂଘର ସମ୍ବନ୍ଧୀୟ ପ୍ରସ୍ତାବ ଅନୁଯାୟୀ ଶାନ୍ତି ଓ ସୁରକ୍ଷା ସହ ପାଖାପାଖି ରହିବେ। ଏହା ଫାଲେଷ୍ଟାଇନ୍ ଜନସାଧାରଣଙ୍କ ଆତ୍ମନିର୍ଣ୍ଣୟର ଅଧିକାର, ସ୍ୱାଧୀନତା ଏବଂ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ଗଠନ କରିବାର ଅଧିକାରକୁ ସମର୍ଥନ କରିଛି। ପଶ୍ଚିମ ଏସିଆରେ କ୍ରମାଗତ ଭାବେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏହି ମଞ୍ଚ ଗଭୀର ଉଦ୍?ବେଗ ପ୍ରକାଶ କରିଛି। ବିଭିନ୍ନ ଦେଶର ନିଜସ୍ୱ ଆଭିମୁଖ୍ୟକୁ ଧ୍ୟାନରେ ରଖି, ଏହି ମଞ୍ଚ ସର୍ବାଧିକ ସଂଯମତା ଅବଲମ୍ ଟଘୠଉଉଉ ଏବଂ ଏହାର ପ୍ୟାରିସ ଚୁକ୍ତିନାମାର ଲକ୍ଷ୍ୟ ଯେପରି ପ୍ରଯୁଜ୍ୟ। ଫୋରମ୍ କୃତ୍ରିମ ବୁଦ୍ଧିମତ୍ତା ଏବଂ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସମେତ ଉଦୀୟମାନ ପ୍ରଯୁକ୍ତିର ପରିବର୍ତ୍ତନକାରୀ ସମ୍ଭାବନାକୁ ସ୍ୱୀକାର କରେ। “ଆମେ ସାର୍ବଭୌମତ୍ୱ ଏବଂ ଜାତୀୟତାକୁ ସମ୍ମାନ ଜଣାଇ ଓଉଞ ପରିବେଶର ଖୋଲା, ନିରାପଦ, ସୁରକ୍ଷିତ, ସ୍ଥିର, ସମାନ ଭାବରେ ସୁଗମ, ଶାନ୍ତିପୂର୍ଣ୍ଣ ଏବଂ ଆନ୍ତଃ-ପରିଚାଳିତ ବ୍ୟବହାର ଏବଂ ବିକାଶ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଉଛୁ।
