ରାଜନଗର: ରାଜନଗର ବନଖଣ୍ଡ ଅଧିନସ୍ଥ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବ୍ରାହ୍ମଣୀ ନଦୀ ପାର୍ଶ୍ୱ ବେଙ୍ଗମାରି ଠାରେ ୭ ଫୁଟ ୭ ଇଞ୍ଚ ଲମ୍ବର ଏକ ମଲା ମାଈ ବଉଳା କୁମ୍ଭୀରକୁ କନିକା ବନ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି । ଖବର ପାଇ କନିକା ରେଞ୍ଜ ଅଫିସର ଚିତ୍ରସେନ ଜେନାଙ୍କ ନେତୃତ୍ୱରେ ବନପାଳ ପ୍ରଶାନ୍ତ ସିଂ, ନବୀନ ମଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ କୁମ୍ଭୀର ଜବତ କରିଛନ୍ତି ।ଉଦ୍ଧାର ମୃତ କୁମ୍ଭୀରକୁ କନିକା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ରାଜନଗର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱରାଜ ନାୟକ କନିକା ରେଞ୍ଜରେ ପହଂଚି କୁମ୍ଭୀରର ଶବ ୍େୱବଛେଦ କରିବା ପରେ ଜାତୀୟ ଉଦ୍ୟାନ ଭିତରେ ମୃତ କୁମ୍ଭୀରରୁ ପୋତି ଦିଆଯାଇଥିବା ରେଞ୍ଜ ଅଫିସର ଶ୍ରୀ ଜେନା ସୂଚନା ଦେଇଛନ୍ତି । କୁମ୍ଭୀର ମୃତ୍ୟୁର କାରଣ ଜଣାପଡ଼ିନାହିଁ ।
