ନୀଳଗିରି: ମହିଳାମାନକୁ ସରକାର ଆତ୍ମନିର୍ଭରଶିଳ କରିବା ପାଇଁ ବର୍ଷକୁ ସୁଭଦ୍ରା ଯୋଜନାରେ ୫ହଜାର ଟଙ୍କା ଆକାଉଣ୍ଟକୁ ପଠାଉଛନ୍ତି ଯାହାକୁ ନେଇ ହିତାଧିକାରୀ ମାନେ ଆତ୍ମନିର୍ଭରଶିଳ ହେବା ସଙ୍ଗେସଙ୍ଗେ ପରିବାର ଭାରଣପୋଷଣା କରିପାରିବେ ସେଥିପାଇଁ ରାଜ୍ୟ ସରକାର ବ୍ୟାଙ୍କ ଜରିଆରେ ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି!ହିତାଧିକାରୀ ମାନେ ନିଜର ଅର୍ଥ ସୁରକ୍ଷିତ ରହିବାର ଆଶା ନେଇ ବ୍ୟାଙ୍କ ଗୁଡିକ ଉପରେ ମଧ୍ୟ ଭରସା ରଖି ଥାନ୍ତି!ମାତ୍ର ବାଡ ଯଦି ଫସଲ ଖାଇବ ଫସଲର ସୁରକ୍ଷା କିଏ ଦେବ!ଯାହାର ସଦ୍ୟ ଉଦାହରଣ ନାରଣପୁର ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କ କିଓସ୍କ ଶାଖରେ ଦେଖିବାକୁ ମିଳିଛି!କିଓସ୍କ ଶାଖର ପରିଚାଳିକା ନରଣପୁର ଗ୍ରାମର ଗଜେନ୍ଦ୍ର ସାହୁଙ୍କ ସ୍ତ୍ରୀ ମିନତୀ ସାହୁ ଗରିବ ତଥା ଆଦିବାସୀ ବିଧବା ମହିଳାଙ୍କ ସୁଭଦ୍ରା ଅର୍ଥକୁ ହଡପ କରିଦେଇଥିବା ଖବର ଜଣାପଡିବା ପରେ ହିତାଧିକାରୀ ବିଧବା ଗୌରୀ ମାଝୀ ବରହମପୁର ଥାନରେ ଶ୍ରୀମତୀ ସାହୁଙ୍କ ବିରୋଧରେ ଗତକାଲି ବରହମପୁର ଥାନାରେ ଅଭିଯୋଗ କରିଛନ୍ତି!ଶ୍ରୀମତୀ ମାଝୀ ନିଜ ଅର୍ଥକୁ ଫେରି ପାଇବା ପାଇଁ ଶ୍ରୀମତୀ ସାହୁଙ୍କ ଠାରେ ଗୁହାରି କରିଥିଲେ ମଧ୍ୟ ଶାଖ ପରିଚାଳିକା ଶ୍ରୀମତୀ ସାହୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜାତି ଗୋତ୍ର ରାଢୋ କହି ଟଙ୍କା ଦେବିନି କହି ଫେରାଇ ଦେଲେ!
ମିନି ବ୍ୟାଙ୍କରେ ମହା ଘୋଟାଲା,ଆକାଉଣ୍ଟ ଚେକ୍? କରିବେ କହି ଟିପ ନେଲେ ସର୍ଭର ସ୍ଲୋ କହି ଟଙ୍କା ଲୁଟିନେଲେ ମିନି ବ୍ୟାଙ୍କ ପରିଚାଳକ ଅଭିଯୋଗ ଆଣିଲେ ଗ୍ରାହକ।ବରହମପୁର ଥାନାରେ ମାମଲା।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରହମପୁର ଥାନା ଅଧୀନ ନରଣପୁର ଗ୍ରାମରେ ।ନରଣପୁର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର କ୍ଷୁଦ୍ର ଶାଖା ବା ମିନି ବ୍ୟାଙ୍କରେ ଉକ୍ତ ଗ୍ରାମର ଗୌରୀ ମାଝୀଙ୍କର ଏକ ଆକାଉଣ୍ଟ ରହିଛି।ସେପ୍େଟମ୍ବର ମାସ ୧୧ ତାରିଖରେ ଗୌରୀ ଆକାଉଣ୍ଟ ଚେକ୍? କରିବା ସହ ଟଙ୍କା ଉଠାଣ ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ।ହେଲେ ଟିପ ନେବା ପରେ ବ୍ୟାଙ୍କ ପରିଚାଳକ ମୀନତି ସାହୁ ସର୍ଭର ସ୍ଲୋ ଥିବା କହି ଗୌରୀଙ୍କୁ ଘରକୁ ପଠାଇଥିଲେ।ପରବର୍ତ୍ତୀ ସମୟରେ ଗୌରୀ ଟଙ୍କା ଉଠାଣ କରିବାକୁ ଯାଇ ଆକାଉଣ୍ଟରେ ୫ ହଜାର ଟଙ୍କା ନଥିବା ଜାଣିବାକୁ ପାଇଥିଲେ।ଏ ବାବଦରେ ସେ ବ୍ୟାଙ୍କ ପରିଚାଳକଙ୍କୁ ପଚାରିବାରୁ ସେ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ତମେ ଉଠେଇ ନେଇଛ ବୋଲି କହିଥିଲେ।ଫଳରେ ବାଧ୍ୟ ହୋଇ ଗୌରୀ ବରହମପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି।ସେହିପରି ଭାବରେ ଉକ୍ତ ଗ୍ରାମର ଭରତ ମାଝୀ ମଧ୍ୟ ଟଙ୍କା ଜମା ନିମନ୍ତେ ୨୮ ହଜାର ଟଙ୍କା ପ୍ରଦାନ କରି ଚିଠା ଆଣିଥିବା ବେଳେ ତାଙ୍କ ଖାତାରେ ୨୦ ହଜାର ଟଙ୍କା ଜମା ହୋଇଛି।ତେବେ ୮ ହଜାର ଟଙ୍କା କାହିଁକି ଖାତାରେ ଜମା କରାଯାଇ ନାହିଁ ଟଙ୍କା ଗଲା କୁଆଡେ ବୋଲି ପଚାରିବାରୁ ସେ ମଧ୍ୟ ପରିଚାଳକାଙ୍କ ଦ୍ୱାରା ହଟହଟା ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଏ ନେଇ ମୀନତି ସାହୁଙ୍କୁ ପଚାରିବାରୁ ସେ ଟଙ୍କା ଉଠାଇ ନେଇଛନ୍ତି ମୁଁ କୌଣସି ତଞ୍ଚକତା କରିନାହିଁ କି ଟଙ୍କା ହଡପ କରିନାହିଁ ମତେ ବଦନାମ କରିବା ପାଇଁ ଚକ୍ରାନ୍ତ ହେଉଛି ବୋଲି କହିଛନ୍ତି।ନିରପେକ୍ଷ ତଦନ୍ତ ହେଲେ ଅସଲ ରହସ୍ୟ ଲୋକଲୋଚନକୁ ଆସିପାରନ୍ତ ବୋଲି ଜନସାଧାରଣ ଦାବୀ କରିଛନ୍ତି
