ଚଣ୍ଡିଖୋଲ: ଜାତୀୟ ରାଜପଥ ୧୬ ଚଣ୍ଡିଖୋଲ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ୧୮ଚକା ହାୱା ଟ୍ରକ।ଖବର ପ୍ରକାଶ ଚଣ୍ଡିଖୋଲ ଛକ ଫାଣ୍ଡି ନିକଟ ଜାତୀୟ ରାଜପଥ ଉପରେ ହଟାତ ଏକ ୧୮ଚକା ହାୱା ଓଡି ୨୯ଏନ -୭୫୨୨ ନମ୍ବର ଗାଡି କୌଣସି କାରଣ ବଶତ ନିଆଁ ଲାଗି ହୁତୁ ହୂତୁ ହୋଇ ଜଳି ଯାଉଥିବାର ଦେଖିବାଳୁ ମିଳିଥିଲା। ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଓ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ଥିଲେ। ସେତେବେଳେ କୁ ଗାଡିର କେବିନ ଟି ସମ୍ପୂର୍ଣ ଜଳି ଯାଇଥିଲା।ତେବେ ହାଇୱା ଟ୍ରକ୍?ରେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଦେଖଣାହାରୀ ଙ୍କ କହିବା ଅନୁଯାଇ ଗାଡି କେବିନ ଭିତରେ ଗ୍ୟାସ ଲଗାଇ ଡ୍ରାଇଭର ଓ ଖଲାସୀ ଖାଦ୍ୟ ପ୍ରସ୍ତୁତ କରୁଥିବା ସମୟ ରେ ଏହିପରି ଅଘଟଣ ଘଟିଛି।ଆଉ କିଛି ଦେଖଣାହାରୀ ମାନେ ସତ ସର୍କିଟ ଲାଗି ନିଆଁ ଲାଗିଛି ବୋଲି ଆଲୋଚନା କରୁଛନ୍ତି।କିନ୍ତୁ ପ୍ରକୁତ ଘଟଣା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିଛି ସମୟ ଜାତୀୟ ରାଜପଥ ରେ ଗାଡି ଚଳା ଚଳ ବାଧାପ୍ରାପ୍ତ ହୋଇଥିଲା।
