ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ଖେରଣା ଛକ ପାଖରେ ଥିବା ପେଟ୍ରୋଲ ପମ୍ପ ନିକଟରେ କାର ସଙ୍ଗେ ଟ୍ରକ ର ଧକ୍କା ହୋଇଥିଲା। ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମନାକୁ ଆସିବାରୁ କାର ଚାଳକ ନିୟନ୍ତ୍ରଣାଧିନ ହରାଇ ବିଲକୁ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ମଣିଷ । କାର ଦ୍ୱାରା ରାଇରଙ୍ଗପୁର ରୁ ବାଦାମପାହାଡ ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଟ୍ରକ ଧକ୍କା ମାରି ସେଠାରୁ ପଳାୟନ କରିଥିଲା । କାର ରେ ଚାରି ଯୁବକ ମଧ୍ୟରୁ ଦୁଇଜଣଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଥିବାରୁ, ସେମାନେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତ। ସେମାନେ ହେଲେ ଦାଣ୍ଡବୋଷ ର ଜୟ ନାରାୟଣ ହାଁସଦାଃ (୫୨), ଓ ଚୁନୁ ମୁର୍ମୁ (୩୫) ଅଟନ୍ତି ।

ଅନ୍ୟ ଦୁଇଜଣ ପାରେଶ୍ୱର ମୁର୍ମୁ (୪୦) ଓ ଚୈତନ୍ୟ ପ୍ରସାଦ ମୁର୍ମୁ (୩୦) ସୁସ୍ଥ ଥିବା ଜଣାଯାଇଛି । ଗାଡି ସାମାନ୍ୟତମ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି।ଏ ଖବର ପ୍ରଚାର ହେବା ପରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କର ଗହଳି ଲାଗିରହିଥିଲା ।ରାଇରଙ୍ଗପୁର ସହର ର ମୁଖ୍ୟ ଖବର ଭାବେ ଚାରିଆଡେ ଚର୍ଚ୍ଚା ଚାଲିଛି। ସେ ଯାହା ହେଉନା କାହିଁକି , ମଣିଷ ଜୀବନ ମୂଲ୍ୟବାନ , ପବିତ୍ର ଦୁର୍ଗାପୂଜା ଅବସରରେ ମା ସେମାନଙ୍କ ଜୀବନ ବଞ୍ଚାଇ ଦେଇଥିବାରୁ , ମା ଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି ପରିବାର ଲୋକେ ।
