ନୀଳଗିରି: ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜୁରିଆପାଟଣା ଗ୍ରାମରେ ଏକଦିବସୀୟ ରାତ୍ରିକାଳୀନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ତଥା ଅବସରପ୍ରାପ୍ତ ସୀମାସୁରକ୍ଷାବଳର ଇନ୍ସପେକ୍ଟର ଯୋଗେଶ୍ୱର ବେହେରା ଯୋଗଦେଇ ଶୁଭଉଦ୍ଘାଟନ କରିଥିଲେ।ଏଥିରେ ମୋଟ ୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ କେଶରୀପୁର ଏବଂ ଦାଶରଥିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ୍ ଜିତି ଦାଶରଥିପୁର ନିର୍ଦ୍ଧାରିତ ୮ଓଭରରେ ୫୫ ରନ ସଂଗ୍ରହ କରିଥିଲା।ଏହାର ଜବାବରେ କେଶରୀପୁର ୭ଓଭରରେ ୫୬ ରନ କରି ଚାମ୍ପିଅନ ହୋଇଥିଲା।
ଏହି ରାତ୍ରି କାଳୀନ ମ୍ୟାଚକୁ ତପନ ମଲ୍ଲିକ, ମେଣ୍ଡିସ ମଲ୍ଲିକ, ଶୁକାନ୍ତ ଦୀସ, ଆକାଶ ମଲ୍ଲିକ, ବିଶୁ ମଲ୍ଲିକ, ପପୁ ମଲ୍ଲିକ,ନିହାରମଲ୍ଲିକ, ଜିତୁ ମଲ୍ଲିକ, ପଙ୍କଜ ମଲ୍ଲିକ,ମହେଶ ମଲ୍ଲିକ,ଜଗା ମଲ୍ଲିକ,ବଳିଆ ମଲ୍ଲିକ,ସନ୍ଦୀପ ମଲ୍ଲିକ,ଶନି ମଲ୍ଲିକ,ଗୌରା ମଲ୍ଲିକ,ବାପି ମଲ୍ଲିକ,ବବୁଲ ମଲ୍ଲିକ,ସନ୍ତୁ ମଲ୍ଲିକ,ମୁକେଶ ମଲ୍ଲିକ,ବିରେନ୍ଦ୍ରଦାଶ,ଲୋକନାଥ ସ, ସହଯୋଗ କରିଥିଲେ।
