ଜୟପୁର: ସ୍ତ୍ରୀ କୁ ଲଗାଇ ମନ୍ଦିର ଚୋରି … ସ୍ୱାମୀ ସ୍ତ୍ରୀ ସହିତ ଜଣେ ଗିରଫ … କୁମୁଲି ଜଗନ୍ନାଥ୍ ମନ୍ଦିର ଓ ବିଡିଗାଁ ଘର ଚୋରି ଘଟଣାର ଖୁଲାସା କଲା ବି ସିଂହପୁର ପୋଲିସ । ବୋରିଗୁମ୍ମା ବିସିଂପୁର ଥାନା ଅଞ୍ଚଳରୁ କୁମୁଲି ନୂତନ ଜଗନ୍ନାଥ ମନ୍ଦିର ଏବଂ ଘର ଚୋରି ମାମଲାର ପର୍ଦାଫାସ କରିଛି ବିସିଂପୁର ପୋଲିସ।ଆଜି ଏକ ପ୍ରେସ ସମ୍ମିଳନୀରେ ବୋରିଗୁମ୍ମା ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି।ଗତ ୧୪/୪/୨୬ ତାରିଖରେ ବିଳମ୍ବିତ ରାତିରେ କୁମୁଲି ଗ୍ରାମର ନୂତନ ଜଗନ୍ନାଥ ମନ୍ଦିର ରୁ ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ଏବଂ ଠାକୁର ଙ୍କ ବ୍ୟବହାର ସୁନା ରୁପା ଅଳଙ୍କାର ଲୁଟି ନେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି ହାର୍ଡ ଡିସ୍କ ଙ୍କୁ ନେଇ ଯାଇଥିଲେ।ଏ ସମ୍ପର୍କରେ ବିସିଂପୁର ଥାନାରେ ଏତଲା ଦେଇଥିଲେ ଗ୍ରାମବାସୀ।ସେହିପରି ଗତ ମାସ ୨୩/୪/୨୬ ତାରିଖରେ ବୋଡିଗାଁ ରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ସୁନା ରୁପା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।ଏ ସମ୍ପର୍କରେ ମଧ୍ୟ ବିସିଂପୁର ଥାନାରେ ଅଭିଯୋଗ ହୋଇଥିଲା।କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାନଭିନ ଆରମ୍ଭ କରିଥିଲେ।୧୮/୫/୨୬ ତାରିଖରେ କୌଣସି ସୂତ୍ରରୁ ଖବର ପାଇଥିଲେ କି ଲାଠିକଟା ଏବଂ ଭାଲୁମହଲ ଜଙ୍ଗଲ ମଧ୍ୟରେ କିଛି ଅଜଣା ବ୍ୟକ୍ତି ମାରଣାସ୍ତ୍ର ନେଇ ସନ୍ଦେହ ଜନକ ଭାବେ ବୁଲୁଛନ୍ତି ସଙ୍ଗେ ସଙ୍ଗେ ବିସିଂପୁର ପୋଲିସ ଚଢ଼ାଉ କରି ସ୍ୱାମୀ ସ୍ତ୍ରୀଙ୍କ ସହିତ ଜଣେ ଦୁର୍ବୃତ୍ତ କୁ କାବୁ କରିଥିଲେ ଅନ୍ୟ ମାନେ ଚମ୍ପଟ ମାରିଥିଲେ।ପଚରାଉଚରା ପରେ ମନ୍ଦିର ଚୋରି ଏବଂ ଘର ଚୋରି କରିଥିବା ପୋଲିସ କୁ କହିଥିଲେ।ପୋଲିସ ସେମାନଙ୍କ ଠାରୁ ୫୦୦ ଗ୍ରାମ ରୁପା,୧ ତୋଳା ସୁନା,୨୬୦ ଗ୍ରାମ ରୁପା,ସାଳଗ୍ରାମ, ରୁଦ୍ରାକ୍ଷ,କିଛି ପୁରୁଣା କୋଏନ,ପୁରୁଣା ନୋଟ ଚୋରି କରିବା ପାଇଁ ବ୍ୟବହାର କରୁଥିବା ତିନି ଗୋଟି ବାଇକ, ଖଣ୍ଡା, ଛୁରୀ, ଲୁହା ଛଡ଼, ଲଙ୍କା ଗୁଣ୍ଡ ଏବଂ ଦୁଇଟି ମୋବାଇଲ ଓ ୩ ଟି ବାଇକ୍ ଜବତ କରିଛି ପୋଲିସ। ଗିରଫ ହୋଇଥିବା ସ୍ୱାମୀ ସ୍ତ୍ରୀ ହେଲେ ନନ୍ଦିନୀ ଦାସ ଓରଫ ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ସୁରେଶ ଦାସ ଓ ଅନ୍ୟ ଜଣେ ଦୃର୍ବୁତ୍ତ ହେଲେ ହେବେଲ ଖୋସଲା ଙ୍କୁ ଗିରଫ କରିସମସ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ଏବଂ ଏହି ଚୋରି ଗ୍ୟାଙ୍ଗ ର ମାଷ୍ଟର ମାଇଣ୍ଡ କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି ।
