ବାଲୁଗାଁ: ଶୁକ୍ରବାର ଦିନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ବିଜୟ ଉତ୍ସବ ପାଳନ ହୋଇଯାଇଛି।ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବାଲୁଗାଁ ମହାବିଦ୍ୟାଳୟରେ ଏବିଭିପିର ସମସ୍ତ ୧୭ ଜଣ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।ଛାତ୍ର ସଂସଦର ନୂତନ ସଭାପତି ଭାବେ ପୂଜା ଦିହୁଡି,ସାଧାରଣ ସମ୍ପାଦକ ରବିନାରାୟଣ ବେହେରା,ଉପସଭାପତି ଶୁଭଙ୍କର ରାଉତଙ୍କ ସମେତ ଅନ୍ୟ ସମସ୍ତ ବିଜୟୀ କର୍ମକର୍ତାମାନେ ଶପଥ ଗ୍ରହଣ ପରେ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମା’ଉତ୍ତରାୟଣୀଙ୍କ ଦର୍ଶନ କରିଥିଲେ।ଶତାଧିକ ଛାତ୍ରଛାତ୍ରୀ ଏବିଭିପିର ଉକ୍ତ ବିଜୟ ଉତ୍ସବରେ ସାମିଲ ହୋଇଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଲୁଗାଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ମହାବିଦ୍ୟାଳୟର ବିଦ୍ୟାର୍ଥୀ ପରିଷଦର ବିଜୟ ହୋଇଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି।
