ବାରିପଦା; ଦୀର୍ଘ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଫଳା ଫଳ ପ୍ରକାଶ ପାଇଛି । ଜିଲ୍ଲାରେ ବିଶ୍ୱ ବିଦ୍ୟାଳୟକୁ ମିଶାଇ ମୋଟ ୨୩ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା ବେଳେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ୱବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର (ଏମପିସି) ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ କଲେଜ ଏବଂ ସରକାରୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମିଳିଥିବା ଫଳାଫଳ ଅନୁଯାୟୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏମଏସସିବି) ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦର ସଭାପତି ଭାବେ ବିସିଜେଡି ସମର୍ôଥତ ପ୍ରାର୍ଥୀ ସନ୍ଦୀପ୍ତା ଦାସ, ସମ୍ପାଦକ ଭାବେ ଏବିଭିପି ସମର୍ôଥତ ପ୍ରାର୍ଥୀ ଅରଶ୍ମିତା ଭୂୟାଁ ବିଜୟ ଲାଭ କରିଛନ୍ତି । ସେହିପରି ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ସଭାପତି ଭାବରେ ସ୍ୱାଧୀନ ପ୍ରାର୍ଥୀ ଅଞ୍ଜନ ସୋରେନ, ସମ୍ପାଦକ ଭବରେ ସ୍ୱାଧୀନ ପ୍ରାର୍ଥୀ ପ୍ରଭାସ କୁମାର ମାରାଣ୍ଡି ବିଜୟ ଲାଭ କରିଛନ୍ତି । ବାରିପଦା ଡିଗ୍ରୀ କଲେଜରେ ସଭାପତି ଭାବରେ ବିସିଜେଡି ସମର୍ôଥତ ପ୍ରାର୍ଥୀ ଆଜାଜ ଆଲ୍ଲୀ ଏବଂ ସମ୍ପାଦକ ଭାବରେ ବିସିଜେଡି ସମର୍ôଥତ ପାର୍ôଥ ଶୁଭମ କର୍ମକାର ବିଜୟ ଲାଭ କରିଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟରେ ସଭାପତି ଭାବରେ ବିସିଜେଡି ସମର୍ôଥତ ପ୍ରାର୍ଥୀ ପାର୍ବତୀ ମୁଣ୍ଡା ଲୋହାର, ଏବଂ ସମ୍ପାଦିକା ଭାବରେ ସବିତା ଗଣ୍ଡୁଆର ବିଜୟୀ ହୋଇଥିବାର ଜଣାଯାଇଛି । ବାରିପଦାରେ ଚଳିତ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ନିଜର ପତିଆରା ଜାହିର ରଖିଥିବା ବେଳେ, ଏମପିସି ଅଟନମାସ କଲେଜରେ ସ୍ୱାଧୀନ ପ୍ରାର୍ଥୀ ମାନେ ନିଜର ଦବଦବା ଜାହିର କରିଛନ୍ତି । କେବଳ ବିଶ୍ୱ ବିଦ୍ୟାଳୟ ସମ୍ପାଦକ ପଦରେ ଏବିଭିପି ବିଜୟ ଲାଭ କରିଛି ।
